ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଉଳାବନ୍ଧ ଗ୍ରାମ ପଞ୍ଚାୟତ ବଜରମୁଳି ସାହିର କାବେରୀ ସାହୁଙ୍କ ପରିବାର ର ଅସହାୟ ଅବସ୍ଥା ଶୁଣି ସହଯୋଗ ପାଇଁ ପହଞ୍ଚିଥିଲେ ଟ୍ରଷ୍ଟ ର ସଦସ୍ୟ ! ପରିବାର କହିଲେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ! ୮୦ ବର୍ଷର ବୁଢ଼ୀ ମା ତଥା ନିଜ ପତ୍ନୀଙ୍କ ସହ ରହନ୍ତି ଲଷ୍ମୀଧର ସାହୁ । ନିଜେ ଜଣେ ପାରାଲେସିସ ରୋଗୀ ହୋଇଥିବାରୁ କୌଣସି କାମ କରିବାକୁ ସମର୍ଥ ନୁହଁନ୍ତି । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ମାଟି କୁଡିଆ ଘରେ ଜୀବନ ବିତୁଥିବା ବେଳେ ସରକାରଙ୍କ ୨୫ କେଜି ଚାଉଳରେ ଚଳୁଛି ପାଞ୍ଚ ପ୍ରାଣୀ ପରିବାରର ଜୀବନ । ତେବେ ୫ ଜଣଙ୍କ ପେଟକୁ ଠିକ୍ ଭାବରେ ଦାନା ମିଳିପାରୁ ନଥିବା ବେଳେ ଏପଟେ ସ୍ୱାମୀଙ୍କୁ ଭଲ କରିବା ପାଇଁ ସ୍ତ୍ରୀ କରୁଛନ୍ତି ଅକ୍ଲାନ୍ତ ପରିଶ୍ରମ । ତଥାପି ସ୍ବାମୀଙ୍କୁ ଠିକ୍ ସମୟରେ ଦେଇ ପାରୁ ନାହାଁନ୍ତି ଔଷଧ । ଦିନେ ଖାଇଲେ ତହିଁ ପରଦିନ ରହୁଛନ୍ତି ଉପବାସ । ଦିନ ଥିଲା ଲକ୍ଷ୍ମୀଧର ନିଜର ପରିବାର ପ୍ରତିପୋଷଣ ପାଇଁ ଘର ନିକଟରେ ଏକ ଛୋଟିଆ ଜଳଖିଆ ଦୋକାନ କରି ବେଶ୍ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲ ! ହେଲେ ଭଗବାନ ସେମାନଙ୍କ ସୁଖକୁ ସହି ନ ପାରି ପକ୍ଷାଘାତ ରୋଗରେ ଦୁଇ ବର୍ଷ ତଳେ ଆକ୍ରାନ୍ତ କରିଦେଲେ । ସେହିଦିନ ଠାରୁ ତାଙ୍କ ପରିବାରରେ ପଡ଼ିଗଲା ବଜ୍ର । ରୋଜଗାରିଆ ସ୍ବାମୀ ହୋଇଗଲେ ବିକଳାଙ୍ଗ । ଜୀବନରେ ଯାହା ରୋଜଗାର କରିଥିଲେ ତାହା ନିଜ ଦେହରେ ଲାଗିଗଲା ପରେ ବି ଘରର ସମସ୍ତ ସୁନା ଗହଣା ବିକି ଚିକିତ୍ସା ପାଇଁ ସ୍ଵାମୀଙ୍କ ଦେହରେ ଲଗାଇଲା ପରେ ବି କିଛି ସୁଫଳ ହୋଇ ନଥିଲା । ଯେମିତି ବିକଳାଙ୍ଗ ହୋଇ ରହିବା କଥା ସେମିତି ହିଁ ବିକଳାଙ୍କ ହୋଇ ସବୁଦିନ ପାଇଁ ରହିଗଲେ ।

ଏଭଳି ଘଟଣା ଗଣମାଧ୍ୟମ ରେ ପ୍ରକାଶ ପାଇଲା ପରେ ସାହାଯ୍ୟର ହାତ ବଢ଼ାଇଥିଲେ ଗୌତମ ମାହାରଣା । ଜଟଣି ନିକଟସ୍ଥ ରାଣୀପୁର ରେ ସେ ୪୬ ଜଣ ବାପା ମାଙ୍କୁ ସେବା କରି ଗଢି ତୋଳିଛନ୍ତି ବାପା ମା ସେବାଶ୍ରମ ଟ୍ରଷ୍ଟ । ଗୌତମ ମାହାରଣା ଓ ତାଙ୍କ ସହଯୋଗୀ ମାନେ ବଉଳାବନ୍ଧରେ ପଂହଁଚି କିଛି ରାସନ ସାମଗ୍ରୀ ସହିତ କିଛି ଆର୍ଥିକ ସାହଯ୍ୟ ମଧ୍ୟ କରିଥିଲେ ଲକ୍ଷ୍ମୀଧର ସାହୁଙ୍କ ପରିବାରକୁ । ଏବଂ ପିଲାମାନଙ୍କୁ ପାଠ ପଢାଇବା ପାଇଁ ମାସିକ ଖର୍ଚ୍ଚ ଯାହା ଲାଗିବ ସେ ସବୁ ବହନ କରିବେ ବୋଲି କହିଛନ୍ତି ।

