ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ କୁଲେଇ ପଞ୍ଚାୟତର ଗମେଇ ଗାଁ ମଧ୍ୟରେ ଜମି ରହିଛି ବର୍ଷା ପାଣି । ମା ପାଣ୍ଡବାସୁଣି ପାହାଡରୁ ବାହାରି ଥିବା ଅଜଗର ନଦୀ କୁଲେଇ ଗ୍ରାମ ପଞ୍ଚାୟତ ଦେଇ ଯାଇଛି । ନଦୀବନ୍ଧର ମରାମତି ନ ହେବା ଓ ଲଗାଣ ବର୍ଷାର ପ୍ରଭାବରେ ଗମେଇ ଗ୍ରାମ ମଧ୍ୟରେ ପାଣି ପଶୁଛି । ଏ ସମ୍ବନ୍ଧରେ ବିଭାଗୀୟ ଅଧିକାରୀ ଓ ବ୍ଲକ ପ୍ରଶାସନକୁ ଜଣାଇ ଥିଲେବି କୌଣସି ପଦକ୍ଷେପ ନ ନେଇଥିବା ଯୋଗୁଁ ଗ୍ରାମବାସୀ ବର୍ଷା ଦିନେ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି ।
ଗମେଇ ଗ୍ରାମରେ ଜଳବନ୍ଦୀ ଅବସ୍ଥା !!

