ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆନ୍ଧ୍ରପ୍ରଦେଶ ର ମନ୍ତ୍ରୀ ତଥା ପଲାସା ବିଧାୟକ ଏସ ଆପ୍ପାଲ ରାଜୁଙ୍କୁ ସୀମାନ୍ତ ଅଞ୍ଚଳର ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି ଗୋଶାଣୀ ବ୍ଳକ ଅଧ୍ୟକ୍ଷ । ବ୍ଳକ ଅଧ୍ୟକ୍ଷ ଏନ ବୀର ରାଜୁ ଏବଂ ବିଭିନ୍ନ ରାଜ ନେତାମାନେ ମନ୍ତ୍ରୀ ଆପ୍ପାଲ ରାଜୁଙ୍କୁ ଭେଟି ସୀମାନ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବ୍ଳକ ଅଧ୍ୟକ୍ଷ ବୀର ରାଜୁ ମୁଖ୍ୟତଃ ଆନ୍ଧ୍ରର ମିଳିଆ ପୁଟି ମହେନ୍ଦ୍ର ତନୟା ବ୍ରିଜ ତଟ ଦେଇ ଓଡ଼ିଶାର ଭିର୍ଣ୍ଣଳା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଦୂରଵସ୍ଥା ସମ୍ପର୍କରେ ମନ୍ତ୍ରୀଙ୍କୁ ଜଣାଇଥିଲେ।ଏହି ରାସ୍ତାରେ ଦୈନିକ ଶହ ଶହ ଗାଡି ମଟର ଯାତାୟାତ କରୁଛି । ଓଡ଼ିଶା ତଥା ଭିର୍ଣ୍ଣଳା ସମେତ ଶରଧାପୁର ବାଘ ଶାଳା, ବାପୁଜି ପେଣ୍ଠ ଆଦି ଗ୍ରାମ ବାସୀ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ରାସ୍ତାଟି ଓଡ଼ିଶା ସହ ଆନ୍ଧ୍ରର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଛି । ତେବେ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି । ଏହାର ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ବ୍ଳକ ଅଧ୍ୟକ୍ଷ ବୀର ରାଜୁ ମନ୍ତ୍ରୀ ଆପ୍ପାଲ ରାଜୁଙ୍କୁ ଅନୁରୋଧ କରିଛନ୍ତି । ମନ୍ତ୍ରୀ ରାଜୁ ମଧ୍ୟ ଅତିଶୀଘ୍ର ଏହି ରାସ୍ତାର ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଥିବା ବ୍ଳକ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
ଆନ୍ଧ୍ର ମନ୍ତ୍ରୀଙ୍କୁ ସୀମାନ୍ତ ରାସ୍ତା ସମସ୍ୟା ଜଣାଇଲେ ଗୋଶାଣୀ ବ୍ଳକ ଅଧ୍ୟକ୍ଷ !!!

