ସଞ୍ଜୟ ସ୍ମୁତି ଚାରଣ କମିଟି ପକ୍ଷରୁ ଦ୍ଵାଦଶାହାରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ସଞ୍ଜୟ ସ୍ମୁତି ଚାରଣ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ! ବଡମ୍ବା ବିଜେଡିର ଜଣେ ଆଗଧାଡି ର ନେତାଙ୍କ ଅକାଳ ବିୟୋଗ ରେ ବଡମ୍ବା କଚେରୀ ପଡିଆ ରେ ସଞ୍ଜୟ ସ୍ମୁତି ଚାରଣ କମିଟି ପକ୍ଷରୁ ସଞ୍ଜୟ ସ୍ୱାଇଁ ଙ୍କ ଅକାଳ ଦ୍ୱାଦଶ କାର୍ଯ୍ୟରେ ଏକ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ସଞ୍ଜୟ ସ୍ୱାଇଁ ବଡମ୍ବା ବ୍ଲକ ବାଙ୍ଗେରିସିଂଗା ଗ୍ରାମପଞ୍ଚାୟତ ର ଲଗାଥର ଦୁଇ ଥର ସରପଞ୍ଚ ଥିବା ବେଳେ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ବଡମ୍ବା ଶାଖାର ସଭାପତି ତଥା ବଡମ୍ବା ବୃହଦମ୍ବା ବୈଶାଖୀ ମହୋତ୍ସବର ସଭାପତି ରୂପେ କାର୍ଯ୍ୟ ତୁଲାଇ ଆସୁଥିଲେ । ଢେଙ୍କାନାଳ ଯିବା ବାଟରେ ତାଙ୍କର କାର ଟି ଯାନ୍ତ୍ରିକ ତ୍ରୁଟି ଯୋଗୁ ରେଙ୍ଗାଲି କେନାଲ ମଧ୍ୟରେ ଖସି ପଡ଼ିଥିଲା । ତାଙ୍କୁ ଗାଡ଼ି ରୁ ଉଦ୍ଧାର କରାଯାଇ ମେଡିକାଲ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ଅମର ଆତ୍ମାର ସଦଗତି କାମନା କରି ସ୍ମୁତି ଚାରଣ କମିଟି ପକ୍ଷରୁ ଦ୍ୱାଦଶ ଅବସରରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ଶ୍ରଦ୍ଧାଞ୍ଜଳୀ ସଭାରେ ବଡମ୍ବା -ନରସିଂହପୁର ର ପୂର୍ବତନ ବିଧାୟକ ତଥା ପୂର୍ବ ସରକାରର ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ପହଂଚି ଗଭିର ଦୁଃଖ ପ୍ରକାଶ କରିବା ସହିତ ମୋର ଗୋଟିଏ ଅଙ୍ଗ କଟିଯିବା କହି ଭାଙ୍ଗି ପଡ଼ିଥିଲେ। ମୃତ ସଞ୍ଜୟ ସ୍ୱାଇଁ ଙ୍କ ବାସଭବନ ରେ ପହଞ୍ଚି ସମବେଦନା ଜଣାଇ ଦୁଃଖ ପ୍ରକାଶ କରିଥିଲେ । ଆୟୋଜକ ସଞ୍ଜୟ ସ୍ମୁତି ଚାରଣ କମିଟି ପକ୍ଷରୁ ଦ୍ୱାଦଶ ଶ୍ରଦ୍ଧାଞ୍ଜଳି ପାଳନ ଅବସରରେ ଆମର ଆତ୍ମ ର ସଦଗତି କରିବା ସହିତ ସଞ୍ଜୟ ସ୍ୱାଇଁ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ରବିନ୍ଦ୍ର ସାହୁ,ସଦାନନ୍ଦ ସ୍ୱାଇଁ, ବୁଲୁ ପଟ୍ଟଶାଣୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପରମାନନ୍ଦ ସେଠି, ଆଡ଼ଭୋକେଟ ଶରଦା ପ୍ରସାଦ ପଟ୍ଟନାୟକ, ଭାଗିରଥି ବେଉରା, ପୂର୍ବତନ ସରପଞ୍ଚ ପ୍ରଦୀପ୍ତ କୁମାର ସ୍ୱାଇଁ, ବିବେକାନନ୍ଦ ମଲ୍ଲିକ, ବାଙ୍କୀ କେନ୍ଦ୍ର ସମବାୟ ସମିତିର ସଭାପତି ସୁବାଷ ଚନ୍ଦ୍ର ପାଢ଼ୀ, ପ୍ରଭାତ କୁମାର ପଟ୍ଟନାୟକ, ସୁବାଷ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ବିରଞ୍ଚି ନାରାୟଣ ସ୍ୱାଇଁ, ପୂର୍ବତନ ସରପଞ୍ଚ କଷିକିଆରି ସୁଧାକର ରାଉତ, ପୂର୍ବତନ ସରପଞ୍ଚ ଗଦାପୋଖରୀ ମନୋଜ କୁମାର ମହାନ୍ତି, ପୂର୍ବତନ ସରପଞ୍ଚ ମଞ୍ଜୁଲତା ସ୍ୱାଇଁ,ପୂର୍ବତନ ସରପଞ୍ଚ ସର୍ବେଶ୍ୱର ନାୟକ, ସୋମିତ ସାମନ୍ତରାୟ, ଙ୍କ ସହିତ କ୍ଳବ ବାଦଶହ ର ସମସ୍ତ କର୍ମକର୍ତା ଏବଂ ଅଞ୍ଚଳ ର ବହୁ ମାନ୍ୟଗଣ ବ୍ୟକ୍ତି ଏହି ସ୍ମୁତି ଚାରଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *