ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର କୁମାରାଙ୍ଗ ଛକ ଠାରେ ଥିବା ଏକଘରୁ ଚୋରି ! ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଗ୍ରିଲ କାଟି ଘରେ ପଶି ଆଲମିରା ଭାଙ୍ଗି କଳାକନା ବୁଲାଇଲେ ! ଅଭିଯୋଗ ପରେ ପୋଲିସ ୨୮୪/୨୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ! ପଲଟଣ ପଡିଆ ଠାରେ ଥିବା କ୍ୟାବିନ ଭାଙ୍ଗି ଜଣେ କମାର ର ଟଙ୍କା ପଇସା ସହ ସାମଗ୍ରୀ ଲୁଟିନେବା ପରେ ପୁଣି ଆଉ ଜଣଙ୍କ ଗ୍ରିଲକୁ କଟର ସାହାଯ୍ୟରେ କାଟି ଘରେ ଲାଗି ଥିବା ଦୁଇଟି ସିସିଟିଭି ନେବା ସହ ଆଲମିରା ଭାଙ୍ଗି ଲୁଟିଲେ ଅଳଙ୍କାର ଓ ସାମଗ୍ରୀ ! ଅଭିଯୋଗ ରୁ ଜଣାଯାଏ ବାଣପୁର ଥାନା କୁମାରାଙ୍ଗ ଛକ ନିକଟରେ ଶ୍ରୀନିବାସପୁର ଗ୍ରାମର ତରଣୀସେନ ନାୟକ ଆଇଏନଏସ ମୁମ୍ବାଇରେ ଚାକିରୀ କରିଥିବା ବେଳେ କୁମାରାଙ୍ଗ ଛକ ନିକଟରେ ଥିବା ତାଙ୍କ ଶ୍ୱଶୁର ଶିବ ପ୍ରଧାନଙ୍କୁ ଘରର ଦାୟିତ୍ୱ ଦେଇଥିଲେ । ଶିବ ପ୍ରତ୍ୟକ ଦିନ ଉକ୍ତ ଘରକୁ ଯାଇ ଦେଖା ଦେଖି କରୁଥିବା ବେଳେ ଗତକାଲି ରାତିରେ ଘରକୁ ତାଲା ପକାଇ ନିଜ ଘରକୁ ଆସିଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଗତକାଲି ବିଳମ୍ବିତ ରାତିରେ ଘରର ଗ୍ରିଲକୁ କଟର ସାହାଯ୍ୟରେ କାଟି ଘର ଭିତରେ ପଶି ସମସ୍ତ ଆଲମିରା ଭାଙ୍ଗି ଲୁଟ କରିଥିବା ଜଣାପଡିଛି । ଶ୍ୱଶୁର ଶିବଙ୍କ ଅଭିଯୋଗ ମୁତାବକ ଦୁଇଟି ସିସିଟିଭି ଓ ତରଣୀଙ୍କୁ ପୁରସ୍କାର ସ୍ୱରୂପ ଆଇଏନଏସ ବିକ୍ରାନ୍ତର ମିଳିଥିବା ଏକ ରୁପା ନିର୍ମିତ ଜାହାଜକୁ ମଧ୍ୟ ଦୁର୍ବୁତ୍ତ ମାନେ ଲୁଟି ନେଇଛନ୍ତି। ତେବେ ଆଉ କଣ କଣ ଅଳଙ୍କାର ଲୁଟ ହୋଇଛି ତାହା ସେ ଜାଣି ନଥିବା ବେଳେ ତାଙ୍କ ଜ୍ଵାଇଁ ତରଣୀ ଆସିଵା ପରେ ସବୁ ଜଣାପଡିବ ବୋଲି ଶିବ କହିଛନ୍ତି । ଏନେଇ ଶଶୁର ଶିବ ଆଜି ରାତିରେ ଅଭିଯୋଗ କରିବାପରେ ଆଇଆଇସି ରମେଶ ଚନ୍ଦ୍ର ଦେବତା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି !
ପୁଣି ମାତିଲେ ଚୋର : ବାଣପୁର କୁମାରାଙ୍ଗ ଛକ ଠାରେ ଥିବା ଏକ ଘରୁ କଳାକନା ବୁଲାଇଲେ !!!

