ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ରୋଡ ପୋଲିସ ଦ୍ୱାରା ଯୋଗୀସାହି ଅଞ୍ଚଳରୁ ଦୁଇଟି ଚୋରା ବାଇକ ଜବତ, ଘଟଣାର ତଦନ୍ତ ଆରମ୍ଭ l ସୂଚନା ଅନୁଯାୟୀ ଯାଜପୁର ରୋଡ ଥାନାର ବିଭିନ୍ନ ଅଂଚଳରେ ବାଇକ ଚୋରୀ ହେଉଥିବା ଯାଜପୁର ରୋଡ ଥାନାରେ ଅଭିଯୋଗ ହେଉଥିଲା l ଏହି ଅଭିଯୋଗକୁ ଆଧାର କରି ପୋଲିସ ବିଭିନ୍ନ ଅଂଚଳରେ ଚଢ଼ାଉ ଜାରି ରଖିଥିଲା l ତେବେ ଯୋଗୀସାହି ଅଂଚଳରେ ଚୋରା ବାଇକ ଥିବା ଜାଣି ଚଢ଼ାଉ କରି ଦୁଇଟି ବାଇକ ଜବତ କରିଥିବା ସୂଚନା ମିଳିଛି l ସେପଟେ ବାଇକ ଦୁଇଟି ଜବତ ପରେ ଥାନାକୁ ଆଣିଥିବା ସୂଚନା ମିଳିଛି l ଘଟଣାର ତଦନ୍ତ ଚାଲୁଥିବାରୁ ପୋଲିସ ଅଧିକ ସୂଚନା ଦେବାକୁ ମନା କରିଛି l
ଯୋଗୀସାହି ଅଞ୍ଚଳରୁ ଚୋରା ବାଇକ ଜବତ !!!

