ଚିଲିକା ମଝିରେ ପୁଣି ଅଘଟଣ : ମାଛ ଧରୁଥିବା ସମୟରେ ବଜ୍ରାଘାତରେ ବାପା ପୁଅଙ୍କ ମୃତ୍ୟୁ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦୁଃଖ ବି ଏମିତି ଆସେ , ହେଲେ କାହାକୁ କିଛି ନ କହିକି । ଘରକୁ ନୃତନ ସଦସ୍ୟ ଆସିଥିବା ବେଳେ ଏପଟେ ବାପା ଆଉ ଜେଜେ ଙ୍କର ମୃତ୍ୟୁ ଖବର ଆସିଲା । ଖୁସିର ଲହରୀ ପରିବାର ଖେଳୁଥିବା ସମୟରେ ହଠାତ୍ ପରିବାର ରେ ଖେଳି ଗଲା ଦୁଃଖର ଲହରୀ । ଚିଲିକା ମଝିରୁ ମାଛ ଧରୁଥିବା ସମୟରେ ବଜ୍ରାଘାତରେ ଚାଲିଗଲା ବାପା ପୁଅ ଙ୍କ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ । ଚିଲିକା ମଝିରେ ଘଟିଛି ଏହି ଅଘଟଣ । ଚିଲିକା ମଝିକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ବଜ୍ରାଘାତରେ ବାପ ପୁଅଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରବିବାର ବିଳମ୍ବିତ ରାତିରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ସନ୍ନ୍ୟାସୀ ନଗର ବାସିନ୍ଦା ବିଧାନ ବିଶ୍ୱାସ ଓ ପୁଅ ଉତ୍ତମ ବିଶ୍ୱାସ ଚିଲିକାରୁ ମାଛ ଧରୁଥିବା ସମୟରେ ହଠାତ୍ ବାପ ପୁଅଙ୍କ ଉପରେ ବଜ୍ରାଘାତ ହୋଇଥିଲା ! ଯାହା ଫଳରେ ଘଟଣା ସ୍ଥଳରେ ବାପ ପୁଅ ଙ୍କ ମୃତ୍ୟୁ ଘଟିଥିଲା । ଆଜି ସକାଳେ ପରିବାର ଲୋକେ ଏହା ଜାଣିପାରି ଉଭୟଙ୍କ ଶବକୁ ଚିଲିକା ମଝିରୁ ଉଦ୍ଧାର କରି ଚିଲିକା କୂଳ କୁ ଆଣିଥିଲେ ! ଖବର ପାଇ ବାଲୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା , ସହ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠେଇ ଦେଇ ତଦନ୍ତ ଜାରି ରଖିଛି । ସୂଚନା ଥାଉ କି ମୃତ ଉତ୍ତମ ବିଶ୍ୱାସଙ୍କ ସ୍ତ୍ରୀ ଗତକାଲି ସନ୍ଧ୍ୟା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ଏଥି ପାଇଁ ପରିବାର ଲୋକେ ସମସ୍ତେ ଖୁସି ଥିବାର ଦେଖିବାକୁ ମିଳିଥିଲା ! କିନ୍ତୁ ଏହି ଦୁଃଖଦ ଘଟଣା ତାଙ୍କ ପରିବାର ରେ ଘଟିବା ପରେ ତାଙ୍କ ପରିବାର ର ସମସ୍ତ ସଦସ୍ୟ ଭାଙ୍ଗି ପଡ଼ିବା ସହ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *