କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ରକ୍ତଦାନ ଆମ ସେବା ସାଧନାର ଅନୁପମ ସ୍ୱାକ୍ଷର । ଜଣେ ଯୁବ ସମାଜସେବୀ, ଚିର ବିପ୍ଳବୀ ତଥା ରକ୍ତଦାତା ଇଂ.ବିପ୍ର ରଂଜନ ନାୟକ ଏହି ସେବାରେ ବ୍ରତୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପଞ୍ଚୁଟିକ୍ରୀ ଗ୍ରାମରେ ପିତା ବିଜୟ କୁମାର ନାୟକ ଓ ମାତା ପଦ୍ମାବତୀ ଦାସଙ୍କ କୋଳ ମଣ୍ଡନ କରି ୧୯୯୪ ରେ ତାଙ୍କ ଜନ୍ମ । ପଞ୍ଚୁଟିକ୍ରୀ ଜି.ପି.ସ୍କୁଲରୁ ମାଟ୍ରିକ, ଏବି କଲେଜରୁ ଯୁକ୍ତଦୁଇ ବିଜ୍ଞାନ ପରେ କିଟ୍ ପଲିଟେକନିକ ଭୁବନେଶ୍ବର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଶିକ୍ଷା ଲାଭ କରିଛନ୍ତି । ସେ ବିଭିନ୍ନ ସେବା, ପରିବେଶ ସୁରକ୍ଷା, ରକ୍ତଦାନ ଶିବିର ଆୟୋଜନ, ଖାଦ୍ୟ ବଣ୍ଟନ ଆଦି ଦିଗରେ ସାଧନାରତ । ରକ୍ତଦାନ ଶିବିର ଉପରେ ଆଲୋଚନା ଚକ୍ର, ରକ୍ତ ସଂଗ୍ରହ ତଥା ଜରୁରୀ କାଳୀନ ପରିସ୍ଥିତିରେ ସାଧାରଣ ଜନତାଙ୍କୁ ସହଯୋଗ ପ୍ରଦାନ ନେଇ ସେ ଚେଷ୍ଟିତ । ନିଜ ଜନ୍ମ ଦିନରେ ଏବଂ ବନ୍ଧୁମାନଙ୍କ ଜନ୍ମଦିନରେ ରକ୍ତଦାନ ଶିବିରର ଆୟୋଜନ, ନିୟମିତ ରକ୍ତଦାନ କରିବା ( ୧୦ ହଜାରରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ, ଭୁବନେଶ୍ୱର,କଟକ ସହିତ ଓଡିଶାର ବିଭିନ୍ନ ଜିଲ୍ଲାରେ ୫୦ ରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି ) l ବିଭିନ୍ନ ମେଡିକାଲ ବୁଲି ଅସହାୟ ଲୋକଙ୍କୁ ସହଯୋଗ ଏବଂ କିଛି ସ୍ବେଚ୍ଛାସେବୀ ସଂଗଠନରେ ସାମିଲ ହୋଇ ସେବା ଜାରି ରଖିଛନ୍ତି । ସାମାଜିକ ସଂଗଠନ ନେସନାଲ ୟୁଥ୍ ଆସସିଏସନ୍ (ଏନୱାଇଏ) ଓଡ଼ିଶାର ପ୍ରତିଷ୍ଠାତା l ମୋବାଇଲ ଗ୍ରୁପ ଗଠନ କରି ଏବେ ୩୦ ଟି ଜିଲ୍ଲାରେ ୩୦ ଟି ଶାଖା କାର୍ଯ୍ୟ କରୁଛି ଏଥି ସହ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ରକ୍ତ ଭଣ୍ଡାରର ଆବଶ୍ୟକତାକୁ ପୁରଣ କରିବାରେ ଶତତ ଚେଷ୍ଟିତ । ନିଜ ଗ୍ରାମରେ “ପଞ୍ଚୁଟିକ୍ରୀ ଯୁବକ ସଂଘ” ପ୍ରତିଷ୍ଠା କରିଛନ୍ତି । ଜଣେ ଇଞ୍ଜନିୟର ହୋଇ,ଉଚ୍ଚ ପଦବୀରେ ନ ରହି ସମାଜସେବାରେ ବ୍ରତୀ ।