ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମ ଠାରେ ଆଞ୍ଚଳିକ ଶିକ୍ଷକ ସଦନ ତରଫରୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ସମାରୋହର ଆୟୋଜନ ହୋଇଥିଲା । ବରିଷ୍ଠ ଶିକ୍ଷକ ପିତବାସ ସମାମଲଙ୍କ ସଭାପତିତ୍ବରେ ଅବସର ପ୍ରାପ୍ତ ଏବିଇଓ ଏମ୍.ଖଗେଶ୍ବର ରାଓ, ପ୍ରେମାନନ୍ଦ ପତିଆର, ଜି.କ୍ରିଷ୍ଣା ରାଓ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନଚନ୍ଦ୍ର ପାଣିଗ୍ରାହୀ , ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ମଞ୍ଜୁମାଳା ପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ହୃଷିକେଶ ବିଶ୍ବାଳଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ରାଜେନ୍ଦ୍ର କୁମାର ପାଣି, ଜଗନ୍ନାଥ ପାତ୍ର, ବିନୋଦ ଚନ୍ଦ୍ର ସାମଲ, ନରେନ୍ଦ୍ର ଭୂୟାଁ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଆୟୋଜନ କରିଥିବା ବେଳେ ଶିକ୍ଷୟତ୍ରୀ ରଶ୍ମିତା ସାମଲ ସଂଯୋଜନା କରିଥିଲେ ।
ଆଞ୍ଚଳିକ ଶିକ୍ଷକ ସଦନ ତରଫରୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା !!!

