ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ଭାବେ ନିମାଇଁ ଚରଣ ପ୍ରଧାନ ନିଯୁକ୍ତି ପାଇଛନ୍ତି । ଫଳରେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଖାଲି ପଡ଼ିଥିବା ନୟାଗଡ଼ ବିଇଓ ପଦବୀ ଏବେ ପୂରଣ ହୋଇଛି । ଶ୍ରୀଯୁକ୍ତ ପ୍ରଧାନଙ୍କ ନିଯୁକ୍ତିକୁ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି । ସୂଚନାଯୋଗ୍ୟ ଯେ ନବ ନିଯୁକ୍ତ ନୟାଗଡ଼ ବିଇଓ ଶ୍ରୀଯୁକ୍ତ ପ୍ରଧାନ ପ୍ରଥମେ ନୟାଗଡ଼ ବ୍ଳକ ଅନ୍ତର୍ଗତ ଚଣ୍ଡୀବସ୍ତ ହାଇସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଶଙ୍ଖେଇ ହାଇସ୍କୁଲ ଏବଂ ବର୍ତ୍ତମାନ ଅଂକୁଲାଇ ହାଇସ୍କୁଲ, ମାନଧତାପୁରରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ଜଣେ ଦକ୍ଷ ତଥା ଅଭିଜ୍ଞ ବିଜ୍ଞାନ ଶିକ୍ଷକ ଭାବେ ସମଗ୍ର ଜିଲ୍ଲାରେ ଶ୍ରୀଯୁକ୍ତ ପ୍ରଧାନ ପରିଚିତ ଥିବା ବେଳେ ପ୍ରଧାନ ଶିକ୍ଷକ ଭାବେ ମଧ୍ୟ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି । ଜଣେ ସରଳ, ଅମାୟୀକ, ସୁଦକ୍ଷ ତଥା ସୁସଙ୍ଗଠକ ଭାବେ ପରିଚିତ ଶ୍ରୀଯୁକ୍ତ ପ୍ରଧାନଙ୍କ ନୟାଗଡ଼ ବିଇଓ ଭାବେ ନିଯୁକ୍ତି ସମଗ୍ର ଶିକ୍ଷକ ମହଲରେ ଆନନ୍ଦ ଉଲ୍ଲାସ ଖେଳାଇ ଦେଇଛି ।

