ଦୋଳ ଉତ୍ସବ ଚତୁର୍ଥ ସନ୍ଧ୍ୟାରେ ମେଘା ପୋଡି ,ହରହରି ଭେଟ ଓ ପ୍ରତ୍ୟକ୍ଷ ଦେବୀ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳ ବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଦୋଳ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ରାମସ୍ୱାମୀ ମନ୍ଦିରରୁ ପ୍ରଭୁ ଦୋଳ ଗୋବିନ୍ଦ ସୁସଜ୍ଜିତ ବିମାନରେ ବସି ନଗର ପରିକ୍ରମା କରି ଦୋଳ ବନ୍ଧ ନିକଟରେ ଥିବା ଦୋଳ ମଣ୍ଡପକୁ ବିଜେ କରିଥିବା ବେଳେ ରାମ ଲିଙ୍ଗେଶ୍ୱର ମନ୍ଦିରରୁ ରାମ ଲିଙ୍ଗେଶ୍ୱରଙ୍କୁ ବିମାନରେ ବିରାଟ ଶୋଭାଯାତ୍ରାରେ ଅଣାଯାଇଥିଲା। ପ୍ରତ୍ୟକ୍ଷ ଦେବୀ ମାଆ ମାନିକେଶ୍ୱରୀଙ୍କୁ ଅଣାଯାଇ ପୂଜାର୍ଚ୍ଚନା ପରେ ହରିହର ଭେଟ ଓ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ ପରେ ମେଘା ପୋଡି ହୋଇଥିଲା ।ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ପୁର ପଲ୍ଲୀ ରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଦୋଳ ମଣ୍ଡପ ଠାରେ ହେଉ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା,ମୁଖ୍ୟ ବକ୍ତା ଭାବେ ଅଜୟ ତ୍ରିପାଠୀ , ସ୍ୱତନ୍ତ୍ର ଅତିଥି ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ବିନୋଦ ଚନ୍ଦ୍ର ଜେନା, ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।ପରେ ସଂ।ସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିନୋଦ ଚନ୍ଦ୍ର ଜେନା, ବିଚିତ୍ରା ନନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *