ମନ୍ଦିର ଚୋରକୁ କାବୁକଲେ ଗାଁ ଲୋକ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ଗ୍ରାମର ବହୁ ପୁରାତନ ମନ୍ଦିର ମା ଖର୍ପର ଚଣ୍ଡୀଙ୍କ ପୀଠରୁ ଚୋରୀ ବେଳେ ଜଣେ ଧରା ପଡ଼ିଥିବା ବେଳେ ଦୁଇଜଣ ଫେରାର ହୋଇଛନ୍ତି | ଖୋର୍ଦ୍ଧା ଗୁରୁଜଙ୍ଗ ଅଂଚଳର ତିନି ଜଣ ପାଉଡ଼ର ଖିଆ ନିଶାଡି ଆସି ଶନିବାର ରାତି ଅଧରେ ମନ୍ଦିର ବାକ୍ସ କଟର ରେ କାଟି ଚୋରୀ କରୁଥିବା ବେଳେ ଗାଁ ଲୋକଙ୍କ ପାଖରେ ଖବର ପହଞ୍ଚିଥିଲା | ସେମାନେ ଆସିବା ଭିତରେ ଦୁଇଜଣ ଫେରାର ହୋଇଥିବା ବେଳେ ସିଲୁ ନାମକ ଯୁବକ ଧରା ପଡିଥିଲା | ରାତିସାରା ତାହାକୁ ଅଟକ ରଖି ସକାଳେ ତାଙ୍କ ବାପା ବୋଉଙ୍କ ଠାରୁ ଲେଖା ଓ କ୍ଷତି ପୂରଣ ଦେବାର ସର୍ତ୍ତ ରଖି ଛଡା ଯାଇଥିଲା | ତାଳବସ୍ତ ଫାଣ୍ଡି ରରଫରୁ ପେଟ୍ରୋଲିଙ୍ଗ କମିଥିବାରୁ ହଳଦିଆ ପଟୁ ଧଳା ଜହର ସେବନକାରି ଲୋକମାନେ ଆସି ତାଳବସ୍ତର ବିଭିନ୍ନ ଦେବା ଦେବି ମନ୍ଦିର ଉପରେ ଆଖି ରଖୁଛନ୍ତି | ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ତରଫରୁ ଆଗାମୀ ଦିନରେ ମା ଖର୍ପର ଚଣ୍ଡୀ ପୀଠରେ ସିସିଟିଭି ଲଗାଯିବ ବୋଲି ସଭ୍ୟ ଶଙ୍କର ରଣା କହିଛନ୍ତି |

Leave a Reply

Your email address will not be published. Required fields are marked *