ସଖୀ ୱାନ ଷ୍ଟପ କେନ୍ଦ୍ରର ଚତୁର୍ଥ ବାର୍ଷିକ ଉତ୍ସବ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଇ:ଏସ:ଆର:ଡି: ଅନ୍ତର୍ଗତ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କାର୍ଯ୍ୟରତ “ସଖୀ ୱାନ ଷ୍ଟପ କେନ୍ଦ୍ରର ୪ର୍ଥ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏହି ସମ୍ପର୍କିତ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ବୈଠକରେ ଆଇଏସଆରଡି: ର ନିର୍ଦ୍ଦେଶକ ଶ୍ରୀ ସୁଧିର ସାବତଙ୍କ ସଭାପତିତ୍ବରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାଙ୍କ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ୱାନ ଷ୍ଟପ କେନ୍ଦ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଅନ୍ୟପକ୍ଷରେ ଏହି କେନ୍ଦ୍ର ଆଗକୁ ଆହୁରି ଭଲ କାମ କରିବା ସହ ପୀଡ଼ିତା ମହିଳା ଓ ବାଳିକା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସୁରକ୍ଷା ଦେବାରେ ବିଶେଷ ସହାୟକ ହେଉଥିବା କହିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ଅନ୍ୟତମ ଅତିଥି ଭାବେ ଯୋଗଦେଇ “ସଖୀ” ୱାନ ଷ୍ଟପ କେନ୍ଦ୍ରର ଆବଶ୍ୟକତା ଏବଂ ବିଭିନ୍ନ ବ୍ଲକାଞ୍ଚଳରେ ଏହାର କାର୍ଯ୍ୟକ୍ରମ ଉପରେ ଆହୁରି ଅଧିକ ଜନସଚେତନତା ସୃଷ୍ଟି କରି ଅବଗତ କରାଇବା ଆବଶ୍ୟକ ବୋଲି କହିଥିଲେ । ସଖୀ ୱାନ ଷ୍ଟପ କେନ୍ଦ୍ରର ଜିଲ୍ଲା ସୁରକ୍ଷା ଅଧିକାରୀ ତଥା ନୋଡାଲ ଅଧିକାରୀ ଯୋଗ ଦେଇ ପ୍ରତି ମାସରେ ଥରେ ଏ ସମ୍ପର୍କିତ ରିପୋର୍ଟ କରିବା ସହ ଯେଉଁ କେଶ ଗୁଡ଼ାକ କାଉନସେଲିଂ ମାଧ୍ୟମରେ ବୁଝାମଣାର ସମାଧାନ ହୋଇ ପାରୁନି , ସେହି ଘରୋଇ ହିଂସା କେଶକୁ ଡିଆଇଆର କରିବା ପାଇଁ ବୁଝାଇଥିଲେ ୱାନ ଷ୍ଟପ୍ କେନ୍ଦ୍ର’ର ଇନଚାର୍ଜ୍ କେନ୍ଦ୍ର ପ୍ରଶାସିକା ସୁନିତା ରଥ , ଗତ ୪ବର୍ଷ ମଧ୍ୟରେ କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କହିବା ସହ କରା ଯାଇଥିବା କେଶ ସଂଖ୍ୟା ଓ କେନ୍ଦ୍ରର ସହାୟତା ସୁବିଧା ଉପରେ ବିସ୍ତୃତ ବିବରଣୀ ଉପରେ ଉପସ୍ଥିତ ଅତିଥି ମାନଙ୍କୁ ଅବଗତ କରାଇଥିଲେ । ସଖୀ” ୱାନ ଷ୍ଟପ କେନ୍ଦ୍ରର ୪ର୍ଥ ବର୍ଷ ପାଳନ ଅବସରରେ ମୁଖ୍ୟଅତିଥି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଦ୍ଵାରା ଛେନା ପୋଡ଼ କଟିଙ୍ଗ କରାଯିବା ସହ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ସନ୍ତୋଷ କୁମାର ନାୟକ , ସାମାଜିକ ସୁରକ୍ଷା ଅଧିକାରୀ କେ: ସୁନିତା , କେନ୍ଦ୍ରର ଉପ ନିର୍ଦ୍ଦେଶକ ନାଗେଶ୍ଵର ଚୌଧୁରୀ , ଡିସିପିୟୁ: ଅରୁଣ କୁମାର ତ୍ରିପାଠୀ , ଏକ୍ସନ୍ ଏଡ୍ ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର , ବହୁ ବରିଷ୍ଠ ପୋଲିସ ଅଧିକାରୀ , ସିଡିପିଓ ଗଣ , ଅଙ୍ଗନବାଡ଼ି କର୍ମୀ ଏବଂ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପରିଶେଷରେ ୱାନ-ଷ୍ଟପ କେନ୍ଦ୍ରର ପୂର୍ବତନ ପ୍ରଶାସିକା ଭାଗ୍ୟଲକ୍ଷ୍ମୀ ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଖୀ” ୱାନ ଷ୍ଟପ କେନ୍ଦ୍ରର ମଞ୍ଜୁଳା ଚୋଧୁରୀ , ଅନିତା ମିଶ୍ର , ମଧୁସ୍ମିତା ପାଢ଼ୀ , ମୋହିନୀ ପ୍ରଧାନ , ସୁନିତା ବେହେରା , ପି: ଯୋଗେଶ୍ୱର , ନିରୁପମା ଜେନା , ଦିବ୍ୟ କୁମାର ସ୍ୱାର , ହରିକୃଷ୍ଣ ଚୌଧୁରୀ ଏବଂ ମୋନାଲିସା ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *