ବାଲୁଗାଁ ମହାବିଦ୍ୟାଳୟ ରେ “ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷାରେ ଯୁବ ପିଢ଼ିର ଭୂମିକା ” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ମହାବିଦ୍ୟାଳୟ ସଭାଗୃହରେ ” ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷାରେ ଯୁବ ପିଢ଼ିର ଭୂମିକା ” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଯୁକ୍ତ ଦୁଇ ଅଧ୍ୟକ୍ଷl ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧକାରୀ ତଥା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ଅମ୍ଲାନ ନାୟକ ଓ ମୁଖ୍ୟ ବକ୍ତା ଭାବେ ହିଞ୍ଜିଳିକାଟୁ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ମାନସ ମୋହନ ବଳିୟାରସିଂହ ଯୋଗଦେଇ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଉଦଘାଟନ ପରେ ଏନସିସି କ୍ୟାଡେଟ ମାନେ ଅତିଥି ମାନଙ୍କୁ ପୁଷ୍ପ ଚାରା ଦେବା ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ଏନସିସି ଅଧିକାରୀ ତଥା ପ୍ରକୃତିବନ୍ଧୁ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ପରେ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ବନ୍ୟପ୍ରାଣୀ ମାନଙ୍କର ମନୁଷ୍ୟ ମାନଙ୍କ ସହିତ ଥିବା ଆବେଗିକ ସମ୍ପର୍କ ଓ ବିଶ୍ୱାସନୀୟତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅମ୍ଲାନ ନାୟକ ବନ୍ୟପ୍ରାଣୀ ଓ ପରିବେଶ ସଂରକ୍ଷଣରେ ଯୁବପିଢ଼ି ମାନଙ୍କର ଉତ୍ତର ଦାୟିତ୍ୱ, ସଚେତନତା, ସାମାଜିକ ଗଣ ମାଧ୍ୟମରେ ପରିବେଶ ସମ୍ପର୍କିତ ପ୍ରତିବଦ୍ଧତା ଓ ସର୍ବୋପରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ମୁଖ୍ୟବକ୍ତା ଡକ୍ଟର ମାନସ ମୋହନ ବଳିୟାରସିଂହ ଚିଲିକାର ଜୈବ ବିବିଧତା ସଂରକ୍ଷଣରେ ବନ୍ୟପ୍ରାଣୀ ଓ ବିହଙ୍ଗ ମାନଙ୍କର ଭୂମିକା ସହ ଯୁବ ପିଢ଼ିଙ୍କ ଦାୟିତ୍ୱବୋଧ ସମ୍ପର୍କରେ ଆଲୋଚନା କରିଥିଲେ l ଏଥିରେ ନେଚର କ୍ଲବର ସଂଯୋଜକ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ସନ୍ତୋଷ ରଥ,ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ,ପ୍ରବୀଣ କୁମାର ଜେନା, ଶିବରାମ ସିଂ, ସୁବାସ ଶ୍ରୀଚନ୍ଦନ, ରୀନା ରାଉତ, ମନସ୍ବିନୀ ପଟ୍ଟନାୟକ, ବିମଳ କୁମାର ପଣ୍ଡା, ବିଶ୍ୱଜିତ ଦାସ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇ ଅତିଥି ମାନଙ୍କ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଧନ୍ୟବାଦ ପ୍ରଦାନ କରିବା ପରେ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଜାତୀୟ ସଂଗୀତ ଗାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବରିଷ୍ଠ କ୍ୟାଡେଟ ମାନେ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *