ଦୁର୍ଘଟଣାରେ ଆହତ ଷଣ୍ଢକୁ ଚିକିତ୍ସା କଲେ ସାମାଜିକ କର୍ମୀ !!!

Spread the love

ପିପିଲି ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ନିର୍ମଳା ଛକ ନିକଟରେ ଅଜଣା ଗାଡି ଧକା ରେ ଏକ ଷଣ୍ଢ ଗୁରୁତର ଆହତ ହୋଇଥିଲା ! ଦୁର୍ଘଟଣା ପରେ ଷଣ୍ଢ ଟି ରାସ୍ତା କଡ଼ ରେ ପଡ଼ିଥିବାର ଖବର ପାଇ ଜନ କଲ୍ୟାଣ ସେବା ସଂଗଠନ ର ସଦସ୍ୟ ମାନେ ପହଞ୍ଚି ଡାକ୍ତର ଙ୍କ ସାହାଯ୍ୟ ଷଣ୍ଢ ଟିର ଚିକିତ୍ସା କରିଥିଲେ ! ଏବେ ଷଣ୍ଢ ଟି ଅଳ୍ପ ସୁସ୍ଥ ଥିବା ବେଳେ , ସ୍ଥାନୀୟ ବାସିନ୍ଦା ଓଡିଶା ଜନ କଲ୍ୟାଣ ସେବା ସଂଗଠନ କୁ ଧନ୍ୟବାଦ ଦେଇଛନ୍ତି ! ଆଗକୁ ମଧ୍ୟ ସଂଗଠନ ତରଫରୁ ଏପରି କାର୍ଯ୍ୟ ଜାରି ରହିବ ବୋଲି ଓଡିଶା ଜନ କଲ୍ୟାଣ ସେବା ସଂଗଠନ ର ସଦସ୍ୟ ମାନେ ପ୍ରକାଶ କରିଛନ୍ତି !

Leave a Reply

Your email address will not be published. Required fields are marked *