ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ସ୍ବର୍ଣ୍ଣ ଓ ରୌପ୍ୟ ଶିଳ୍ପୀ ସଂଘ ର ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି ! ଭାପୁର ବ୍ଲକ ପଦ୍ମାବତୀ ପଞ୍ଚାୟତ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ବୈଠକରେ ସଙ୍ଘ ର ସମସ୍ତ ସଭ୍ୟ ଙ୍କ ମୌଳିକ ସମସ୍ୟା ସମ୍ପର୍କ ରେ ଆଲୋଚନା ହୋଇଥିଲା | ମୌଳିକ ସମସ୍ୟା ପୋଲିସ ଜୁଲମ ର ନିରାକରଣ, ଶିଳ୍ପ ର ମାନ୍ୟତା, ଶିଳ୍ପୀ ଙ୍କ ର ଭତ୍ତା (50 ବର୍ଷ ପରେ ଭତ୍ତା ), ଆଟିଜେସନ କାର୍ଡ ର ଇନସୁଲିଙ୍ଗ, ବିନା ଜିଏସଟି ରେ 916 ଗହଣା ତିଆରି କିପରି କରିପାରିବା | ସ୍ଵର୍ଣ ଓ ରୌପ୍ୟ ସଙ୍ଘ ର ସଭାପତି ରବୀନ୍ଦ୍ର କୁମାର ପୃଷ୍ଟି ସମ୍ପାଦକ ନିରଞ୍ଜନ ସାଥୁଆ, ଉପସଭାପତି ଅନନ୍ତ ମହାପାତ୍ର ସଂଗଠନ ସଭାପତି ଲକ୍ଷ୍ମୀଧର ସାହୁ, ମୁଖ୍ୟ ଉପଦେଷ୍ଟା ବିଶ୍ୱ ନାଥ ମହାପାତ୍ର , ସହ ଉପଦେଷ୍ଟା ଶୁକଦେବ ସାଥୁଆ, ଚାପଧରି ସାର, ଈଶ୍ୱର ମହାପାତ୍ର, ବାଳକୃଷ୍ଣ ସାଥୁଆ , ଖଣ୍ଡପଡା ସଭାପତି ବିପିନ କୁମାର ସାଥୁଆ , ପଦ୍ମାବତୀ ଗ୍ରାମ ର ସଭାପତି ଦାମୋଦର ପୃଷ୍ଟି , ସମ୍ପାଦକ ପ୍ରଶାନ୍ତ କୁମାର ସାହୁ ସଭାରେ ସମସ୍ତ ଶିଳ୍ପୀ ଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଆଲୋଚନା କରାଗଲା |
ନୟାଗଡ ଜିଲ୍ଲା ସ୍ବର୍ଣ୍ଣ ଓ ରୌପ୍ୟ ଶିଳ୍ପୀ ସଂଘ ର ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା !!!

