ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଘରୋଇ ଗ୍ୟାସ କୁ ବହୁଳ ମାତ୍ରା ରେ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହାର ହେଉଥିବାର ଦେଖିବାକୁ ମିଳୁଛି । ସହର ର ଚା ଦୋକାନ ଠାରୁ ଆରମ୍ଭ କରି ଫାଷ୍ଟ ଫୁଡ , ହୋଟେଲ, ରେଷ୍ଟୁରାଣ୍ଟ , ଟିଫିନ ଦୋକାନ ରେ ବହୁଳ ବ୍ୟବହାର ହେଉଛି ଘରୋଇ ଗ୍ୟାସ ଟାଙ୍କି । ବ୍ୟବସାୟିକ କ୍ଷେତ୍ରରେ କମରସିଆଲ ସିଲିଣ୍ଡର ବ୍ୟବହାର କରିବା କଥା , କିନ୍ତୁ ତାହା ବ୍ୟବହାର ନକରି ଘରୋଇ ଟାଙ୍କି ଖୁଲମଖୁଲା ବ୍ୟବହାର ହେଉଛି ! ଆଉ ଏମାନଙ୍କୁ ସହଯୋଗ କରୁଛନ୍ତି ଗ୍ୟାସ ବିତରଣ କେନ୍ଦ୍ର ର ଏଜେଣ୍ଟ । ମାତ୍ର ବିଭାଗ ସବୁ ଜାଣି ଚୁପ ବସିଛି । ପ୍ରକାଶ ଥାଉକି ସହର ର ପ୍ରତ୍ୟେକ ହୋଟେଲ ରେ ବଡ଼ ସିଲିଣ୍ଡର ଥାଏ , କିନ୍ତୁ ତାହା ବ୍ୟବହାର ନ ହୋଇ କେବଳ ଯାଞ୍ଚ ହେଲେ ଦେଖେଇବା ପାଇଁ ରଖାଯାଇଛି ! ବିଭାଗ ଦୀର୍ଘ ଦିନ ହେଲା ଯାଞ୍ଚ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବାର ଅଭିଯୋଗ ହେଉଛି ।