ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଞ୍ଚଳରେ ଦୁଇଜଣ ଅଚିହ୍ନା ବ୍ୟକ୍ତି ନମ୍ବର ବିହୀନ ବାଇକ ଯୋଗେ ବ୍ୟବସାୟ ବାହାନାରେ ଫେରିବାଲା ହୋଇ ସୁକିନ୍ଦାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଯୁବକ ମାନେ ଦୁଇ ଯୁବକଙ୍କୁ ସୁକିନ୍ଦା ହନୁମାନ ଛକରେ ଅଟକ ରଖି ସୁକିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ସୁକିନ୍ଦା ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଚିହ୍ନା ବ୍ୟକ୍ତିଙ୍କୁ ଆଣି ଏବେ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ଦେଖିବାକୁ ମିଳିଛି । ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମେଦିନପୁର ବାସିନ୍ଦା କହୁଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ନିଜର ସଠିକ୍ ପରିଚୟ ଦେଉନଥିବା ସୂଚନା ମିଳିଛି ।
ସୁକିନ୍ଦା ଥାନାରେ ଦୁଇ ଜଣ ଅଚିହ୍ନା ଫେରିବାଲା ଅଟକ !!!

