ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାମାଜିକ କର୍ମୀ ଙ୍କ ସୁରକ୍ଷା ଏବଂ ଭବିଷ୍ୟତ ପାଇଁ ଓଡିଶା ସମାଜସେବୀ ମହାସଂଘର ସାତ ଦଫା ଦାବୀ ! ରାଜଧାନୀର ଉତ୍କଳ ସାମ୍ବାଦିକ ସଂଘ ସମ୍ମିଳନୀ କକ୍ଷ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଅଧ୍ୟକ୍ଷ ନାରାୟଣ ଓଝା , ବରିଷ୍ଠ ସଦସ୍ୟ ସସ୍ମିତା ଦାସ , ବନ୍ଦନା ହରିଚନ୍ଦନ , ଶୁଭାଶିଷ ଷଡ଼ଙ୍ଗୀ , ପ୍ରଦୀପ ପୃଷ୍ଟି , କାର୍ଯ୍ୟକାରୀ ସଭାପତି ବାପି ମହାନ୍ତି ପ୍ରମୂଖ ଉପସ୍ଥିତ ରହି ଦାବୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ !
ସମଗ୍ର ରାଜ୍ୟରେ କାର୍ଯ୍ୟରତ ସମାଜସେବୀ ମାନଙ୍କୁ ଚିହ୍ନଟ ସହିତ ପରିଚୟ ପତ୍ର ପ୍ରଦାନ , ଦୁର୍ଘଟଣା ଜନିତ ବୀମା ରାଶି ପ୍ରଦାନ , ଯାତାୟାତ ସମୟରେ ରିହାତି ପ୍ରଦାନ , ବୟସାଧିକ ସମାଜସେବୀ ଙ୍କୁ ଭତ୍ତା ପ୍ରଦାନ , ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ଭାବରେ ସାମିଲ ପ୍ରଭୃତି ଦାବୀ ଉପସ୍ଥାପନା କରାଯାଇଛି ! ଆସନ୍ତା ଏକ ମାସ ମଧ୍ୟରେ ସରକାର ଦାବୀ ପୂରଣ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ସଂଗଠନର ସଦସ୍ୟ !