ସ୍ୱାଧୀନତା ଦିବସରେ ସ୍ୱାବଲମ୍ବୀ ହେବାର ଶିକ୍ଷା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ‌ରାଜ୍ୟର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ନ୍ୟାସନାଲ ହ୍ୟୁମାନ ୱେଲ୍‌ଫେୟାର ବୋର୍ଡ ଟ୍ରଷ୍ଟ (ଏନ୍.ଏଚ୍.ଡବ୍ଲୁ.ବି.ଟି.) ପକ୍ଷରୁ ସ୍ଥାନୀୟ ବିଜେବି ନଗର ସ୍ଥିତ ଅରବିନ୍ଦ କଲୋନୀ କମ୍ୟୁନିଟି ହଲ୍‌ରେ ବର୍ଜ୍ୟବସ୍ତୁରୁ ଘର ସଜା ଉପକରଣ ତିଆରି ଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ରେ ଉଦ୍ଘାଟକ ଭାବରେ ସନ୍ଥ କୃଷ୍ଣାନନ୍ଦ ଗିରି ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ଆଗାମୀ ପିଢ଼ିକୁ ସ୍ୱାବଲମ୍ବୀ ହେବାରେ ସହଯୋଗ କରିବ ବୋଲି ମତ ରଖିଛନ୍ତି । ବିଶିଷ୍ଟ ସମାଜସେବୀ ଶ୍ରୀମତୀ ମାନୀ ପଣ୍ଡା ଯୋଗଦେଇ ୧୨ ରୁ ୧୮ ବର୍ଷ ବୟସ ବର୍ଗର ଉପସ୍ଥିତ କଳାପ୍ରେମୀ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ଏଭଳି ଶିବିର ଆୟୋଜନ କରି ଅଳ୍ପ ବୟସରୁ ସ୍ୱାବଲମ୍ବୀ କରିବା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ତଥା ପରିବେଶକୁ ସୁସ୍ଥ ରଖିବାରେ ନିଜର ଯୋଗଦାନ ଦେବାକୁ ଅନୁପ୍ରାଣିତ କରିବା ହିଁ ଆମର ମୂଳ ଲକ୍ଷ୍ୟ ବୋଲି (ଏନ୍.ଏଚ୍.ଡବ୍ଲୁ.ବି.ଟି.) ସଂସ୍ଥାର ଅଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର ମତବ୍ୟକ୍ତ କରିଥିଲେ । ଶିଳ୍ପୀ ଗୁରୁ ପ୍ରଫୁଲ୍ଲ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନେ କାଗଜ କାଟିବା ଠାରୁ ଆରମ୍ଭ କରି ତାକୁ ବିଭିନ୍ନ ଶୈଳୀରେ ଭାଙ୍ଗି ପ୍ରସ୍ତୁତ କରିବାର କୌଶଳ ଶିଖିଥିଲେ । ତେବେ ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ପ୍ରତି ରବିବାର ଦିନ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଥିବା ଶିବିର ସଂଯୋଜକ ସଞ୍ଜୟ ପରିଡା ଜଣାଇଛନ୍ତି । ଶିବିର ସୁପରିଚାଳନା ପାଇଁ ସୁରେଶ ବେହେରା, ସାମ୍ବାଦିକ ସନ୍ତୋଷ ପଣ୍ଡା, ଅମର ପଣ୍ଡା ତଥା ଶାନ୍ତି ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତି ଶାନ୍ତିଲତା ପାଣି ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଶୃଙ୍ଖଳା ଜ୍ଞାନ ଦେବା ସହ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *