ବାଲୁଗାଁ ମହାବିଦ୍ୟାଳୟ ମେରି ମିଟି ମେରା ଦେଶ କାର୍ଯ୍ୟକ୍ରମ ପାଳିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅଗଷ୍ଟ ମାସ ୯ ତାରିଖ ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଯୁବ ରେଡକ୍ରସ ଓ ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଶିକ୍ଷାର୍ଥୀ ମାନଙ୍କ ଆନୁକୂଲ୍ୟରେ ପାଳିତ ହୋଇଯାଇଛି, ମେରି ମାଟି ମେରା ଦେଶ, ହର ଘର ତ୍ରିରଙ୍ଗା ଓ ସ୍ୱାଧିନତା ଦିବସ l ଅଗଷ୍ଟ ୯ ତାରିଖରୁ ମହାବିଦ୍ୟାଳୟ ର ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଦେଶଆତ୍ମାବୋଧକ ସଂଗୀତ, ବାଗ୍ମୀତା,ରଚନା ଓ କଳାତ୍ମକ ପରିପ୍ରକାଶ ର ପ୍ରତିଯୋଗିତା ଗୁଡିକ ଉଦ୍ଦୀପନା ଓ ଉର୍ସାହର ସହିତ ଅନୁଷ୍ଠିତ ହୋଇଥିଲା l ଉକ୍ତ ପ୍ରତିଯୋଗିତା ର ପ୍ରଜ୍ଞାସ୍ମିତା ସାହୁ, ଆଲୋକ କୁମାର ବେହେରା, ସଂଗ୍ରାମ କେଶରୀ ବେହେରା, ସ୍ମୁତିଶିଖା ସାମନ୍ତରାୟ, ପ୍ରମୁଖ କୃତିତ୍ୱ ଅର୍ଜନ କରି ସ୍ୱାଧୀନତା ଦିବସ ସମାରୋହରେ ପୁରସ୍କୃତ ହୋଇଥିଲେ l ଏହି ସ୍ୱାଧୀନତା ଦିବସ ଅବସରରେ ଶିକ୍ଷାର୍ଥୀ ଓ ସ୍ବେଛାସେବୀ ମାନେ ସକାଳ ୭ ଟା ସମୟରୁ ତ୍ରିରଙ୍ଗା ଯାତ୍ରା ସହିତ ପ୍ରଭାତ ଫେରି ଅଂଶ ଗ୍ରହଣ କରି ବାଲୁଗାଁ ଗାନ୍ଧୀ ଛକ ଠାରେ ଗାନ୍ଧୀଙ୍କ ମୂର୍ତ୍ତି ରେ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ l ଏହା ପରେ ମହା ବିଦ୍ୟାଳୟ ପରିସରରେ ଭାରତର ଜାତୀୟ ପତାକା ଉତ୍ତୋଳନ କରିବା ସହ ମହାବିଦ୍ୟାଳୟ ର ଅଧ୍ୟକ୍ଷା କଳ୍ପନା ଦାସ ସମର ଶିକ୍ଷାର୍ଥୀ ବାହିନୀ ର ଅଭିବାଦନ ଗ୍ରହଣ କରି କ୍ୟାଡେଟ ଓ ସ୍ବେଛାସେବୀ ମାନଙ୍କୁ ସ୍ୱାଧୀନତା ର ସୁଫଳ ନିମନ୍ତେ ଯୁବଗୋଷ୍ଠୀ ର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ। ଏହା ପରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଏନସିସି କ୍ୟାଡେଟ, ସ୍ଵେଚ୍ଛାସେବୀ ମାନେ ୭୭ ଟି ବୃକ୍ଷ ରୋପଣ କରିଥିଲେ। ସମସ୍ତେ କାର୍ଯ୍ୟକ୍ରମ କୁ ଯୁକ୍ତ ଦୁଇ ର ଅଧ୍ୟକ୍ଷା ଜୟନ୍ତୀ ସାମଲ, ଡଃ କୈଳାସ ଚନ୍ଦ୍ର ମହାରଣା , ଏନ୍ଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଓ ରୀନା ରାଉତ,ଏନସିସି ଅଫିସର ଡଃ ଅକ୍ଷୟ କୁମାର ମିଶ୍ର, ୟାଇଆରସି କାଉନସେଲର ମନସ୍ଵିନୀ ପଟ୍ଟନାୟକ, ଧୋବୀ ଚରଣ ପରିଡା, କୀର୍ତ୍ତିମୟୀ ବାରିକ ପ୍ରମୁଖ ପରିଚାଳନା କରିଥିଲେ। ସ୍ୱାଧୀନତା ଦିବସ ସମାରୋହରେ ସବୁଠୁଁ ଆକର୍ଷଣୀୟ ଥିଲା ଅଧ୍ୟାପକ ଅଧ୍ୟାପିକା ମାନଙ୍କର ପାରମ୍ପରିକ ପୋଷାକ ପରିଧାନ ପୂର୍ବକ ଦେଶମାତୃକାକୁ ସମ୍ମାନ ଜଣାଇବା l ନିଜ ମାଟିର ପାରମ୍ପରିକ ପୋଷାକ ପରିଧାନ କରି ରାଷ୍ଟ୍ରୀୟ ପତାକା ଉତ୍ତୋଳନ କରିବା ସହ ନିଜ ଦେଶ ପ୍ରତି ସମ୍ମାନ ଜଣାଇବା ଏହାର ଉଦ୍ଦେଶ୍ୟ ଥିଲା ବୋଲି ଅଧ୍ୟାପକ ମାନେ ମତବ୍ୟକ୍ତ କରିଛନ୍ତି l ସମସ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା l

Leave a Reply

Your email address will not be published. Required fields are marked *