ବାଣପୁର ସହିଦ କୃତିବାସ ଭବନରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ପର୍ଯ୍ୟବେକ୍ଷକ ରାଜା ଚକ୍ର ବାଣପୁର ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ର ବିଜେଡି କର୍ମି ଙ୍କ ସହ କଲେ ଆଲୋଚନା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚଳିତ ମାସ ୨୨ ତାରିଖ ରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନାଚୁଣୀ ଗସ୍ତରେ ଆସିବେ 5 ଟି ସଚିବ ଭି କେ ପାଣ୍ଡିଆନ ! ସେଠାରେ ସିଧାସଳଖ ଲୋକଙ୍କ ଠାରୁ ଗ୍ରହଣ କରିବେ ଅଭିଯୋଗ ପତ୍ର ! ଏହାକୁ ନେଇ ଚିଲିକା ନିର୍ବାଚନ ମଣ୍ଡଳୀ ଚଳ ଚଞ୍ଚଳ ହୋଇ ଉଠିଛି ! ତେବେ 5 ଟି ସଚିବଙ୍କ ଅଭିଯୋଗ ଶିବିର କେଉଁଠାରେ ହେବ ସେ ନେଇ ନାଚୁଣୀ ଗସ୍ତରେ ଆସିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ! ବିଜେଡି ଦଳୀୟ ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ଚିଲିକା ପର୍ଯ୍ୟବେକ୍ଷକ ରାଜା ଚକ୍ର, ବିଧାୟକ ରାଜେନ୍ଦ୍ର ସହୁ, ବିଧାୟକ ଜିତୁ ମିତ୍ର , ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ବିଜ୍ଞାପିତ ଅଞ୍ଚଳ ଅଧକ୍ଷ ମିଟୁ ନାୟକ ,ଉପଜିଲ୍ଲାପାଳ, ବାଣପୁର ତହସିଲଦାର ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଆସି ନାଚୁଣୀ ଖେଳ ପଡିଆ ଟିକୁ ସ୍ଥିର କରିଥିବା ଜଣାଯାଇଛି ! ଏହାପରେ ରାଜ୍ୟସଭା ସାଂସଦ ମାନସ କୁମାର ମଙ୍ଗରାଜ ଓ ଚିଲିକା ପର୍ଯ୍ୟବେକ୍ଷକ ରାଜା ଚକ୍ର ବାଣପୁର କୃତିବାସ ଭବନ ଠାରେ ପହଂଚିଥିଲେ .ସେଠାରେ ବାଣପୁର ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳର ବହୁ ନେତା ଓ କର୍ମୀମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ ।।

Leave a Reply

Your email address will not be published. Required fields are marked *