ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ଫାଇଭ ଟି ସଚିବ : ସାତ ଦିନ ଭିତରେ ଜନ ସାଧାରଣ ଙ୍କ ବିଭିନ୍ନ ସମସ୍ୟାର ସମାଧାନ ହେବ ବୋଲି ଦେଲେ ପ୍ରତିଶୃତି !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ସାଧାରଣ ଙ୍କ ବିଭିନ୍ନ ସମସ୍ୟା ନେଇ ଜନ ସାଧାରଣ ଙ୍କ ଠାରୁ ଦରଖାସ୍ତ ନେଇ ସାତ ଦିନ ଭିତରେ ବିଭିନ୍ନ ସମସ୍ୟାର ସମାଧାନ ହେବ ବୋଲି ଦେଲେ ପ୍ରତିଶୃତି । ଆଜି ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଆୟୋଜିତ ଏକ ବିଶାଳ ସମାବେଶରେ ଯୋଗ ଦେଇଥିଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ l ଉକ୍ତ ସମାବେଶରେ ଚିଲିକା ନିର୍ବାଚନ ମଣ୍ଡଳୀର ଚଉତିରିଶି ପଞ୍ଚାୟତର ହଜାର ହଜାର ସଂଖ୍ୟା ରେ ମହିଳା ଓ ପୁରୁଷ ଯୋଗ ଦେଇଥିଲେ l ଏଥିରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଯୋଗ ଦେବା ସହିତ ଖୋର୍ଦ୍ଧା ଉପ ଜିଲ୍ଲାପାଳ, ଖୋର୍ଦ୍ଧା ଏସପି , ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ, ଜିଲା ପରିଷଦ ଉପାଧ୍ୟକ୍ଷ, ବାଣପୁର ତହସିଲଦାର, ଚିଲିକା ତହସିଲଦାର, ବାଣପୁର ବ୍ଲକ ବିଡ଼ିଓ ଓ ଚିଲିକା ବ୍ଲକ ବିଡ଼ିଓ ଙ୍କ ସମେତ ବହୁ ନେତା ପ୍ରସାଶନିକ ଅଧିକାରୀ ଯୋଗ ଦେଇଥିଲେ l ଏହି ବିଶାଳ ସଭାର ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇ , ସ୍ଥାନୀୟ ପୋଲିସ ମାନଙ୍କ ଦ୍ଵାରା କଡା ସୁରକ୍ଷା ଦେବା ସହିତ କାଳେ କିଛି ବିଘ୍ନତା ଘଟିବ ସେଥିପାଇଁ ତୀକ୍ଷ୍ଣ ନଜର ରଖା ଯାଇଥିଲା ! କଡା ସୁରକ୍ଷା ବଳୟରେ ଫାଇଭ ଟି ସଚିବଙ୍କୁ ପାଛୁଟି ଆଣିଥିଲେ ବହୁ ନେତା ଓ ସ୍ଥାନୀୟ ପ୍ରସାଶନିକ ଅଧିକାରୀ ଓ ସାଧାରଣ କର୍ମୀ । ଜନ ସାଧାରଣ ଙ୍କ ଠାରୁ ଦରଖାସ୍ତ ନେଇ ବିଭିନ୍ନ ସମସ୍ୟା କୁ ଶୀଘ୍ର ପୂରଣ ସହିତ ଆଗାମୀ ୨୦୨୪ରେ ପୁଣି ଥରେ ନବୀନ ସରକାର ଙ୍କୁ ଜିତାଇବା ପାଇଁ ହାତ ମୁଠା ଟାଣ କରିବାକୁ ତୃଣ ମୂଳ ସ୍ତରରୁ ଏକ ଏକଜୁଟ ହେବା ପାଇଁ ଆହ୍ୱାନ ଦେଇଥିଲେ l ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ବି କରିଥିଲେ l ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମେଲୋଡି ମଧ୍ୟ ହୋଇଥିଲା l ଫାଇଭ ଟି ସଚିବ ଙ୍କ ନିକଟକୁ ପ୍ରଥମେ ୩୦୬ ଟି ଅଭିଯୋଗ ପତ୍ର ପହଞ୍ଚିଥିଲା ଓ ପରେ ଅଭିଯୋଗ ପତ୍ର ବୃଦ୍ଧି ହୋଇ ୪୦୨ ଟି ଅଭିଯୋଗ ପାଇଥିଲେ । ଚିଲିକା ନିର୍ବାଚନ ମଣ୍ଡଳୀ ର ଉନ୍ନତି ପାଇଁ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଛନ୍ତି l ଏଥିରୁ ମନ୍ଦିର, ମସଜିଦ, ଚର୍ଚ୍ଚ, ପିଇବା ପାଣି, ବିଜୁଳି,ବାଲୁଗାଁ ଓ ବାଣପୁର ରେ ଇଣ୍ଡୋର ଷ୍ଟାଡିଅମ, ପାଣି ପ୍ରକଳ୍ପ ପାଇଁ ବାଲୁଗାଁ ପାଇଁ ୯ କୋଟି, ବାଣପୁର ପାଇଁ ୭ କୋଟି, ଚିଲିକା ଧିବର ମାନଙ୍କ ସମସ୍ୟା ଦୂର ପାଇଁ ଫିସ ଲାଣ୍ଡିଗ ହବ ୧୮ କୋଟି, ମା ଭଗବତୀ ଙ୍କ ନୂତନ ନବୀକରଣ ପାଇଁ ୧୯ କୋଟି ସାଂକ୍ସନ ସମେତ ବହୁତ ପ୍ରକାର ସମସ୍ୟା ଆଗାମୀ ୭ ଦିନ ଭିତରେ ତୁରନ୍ତ ସମାଧାନ ପାଇଁ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ l

Leave a Reply

Your email address will not be published. Required fields are marked *