ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ସାଧାରଣ ପରିଷଦ ବୈଠକ ! ୟୁନିଟ – ୩ ସ୍ଥିତ ଶ୍ରମିକ ଭବନ ପରିସରରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ସତ୍ୟଜିତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ ! ମହାସଂଘର ସାଧାରଣ ସମ୍ପାଦକ କାହ୍ନା ନାୟକ , କାର୍ଯ୍ୟକାରୀ ସଭାପତି ଅକ୍ଷୟ ଚାନ୍ଦ , ରାଜ୍ୟ ମିଡ଼ିଆ ସଂଯୋଜକ ସତ୍ୟବ୍ରତ ଦାଶ , କୋଷାଧ୍ୟକ୍ଷ ଅଶ୍ରୁମୋଚନ ନାୟକ , ଆଇନ ପରାମର୍ଶଦାତା ତଥା ପରିଚାଳନା କମିଟି ସଦସ୍ୟ ସତ୍ୟ ନାରାୟଣ ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ସଂଗଠନର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ! ବୈଠକରେ ବିଭିନ୍ନ ଡିଜିଟାଲ ମିଡ଼ିଆ ସଂସ୍ଥାର ସଂସ୍ଥାପକ , ସମ୍ପାଦକ ଏବଂ ପ୍ରତିନିଧି ମାନେ ଉପସ୍ଥିତ ରହି ନିଜ ନିଜର ଗଠନମୂଳକ ପ୍ରସ୍ତାବ ଆଗତ କରିଥିଲେ ! ଆଗାମୀ ଦିନରେ ରାଜ୍ୟ କମିଟିର ସମ୍ପୂର୍ଣ୍ଣ କଳେବର ସହିତ ଜିଲ୍ଲା ସଂଗଠନ ଘୋଷଣା ନେଇ ପ୍ରକାଶ କରିଥିଲେ ସାଧାରଣ ସମ୍ପାଦକ କାହ୍ନା ନାୟକ ! ଯେତେ ବାଧା ବିଘ୍ନ ଆସୁ ପଛେ ସାମ୍ବାଦିକ ମାନଙ୍କର ସମ୍ମାନ ସୁରକ୍ଷା ଏବଂ ଅଧିକାର ପାଇଁ ସଂଘ ତାର ଲଢେଇ ଜାରି ରଖିବ ବୋଲି ରାଜ୍ୟ ସଭାପତି ସତ୍ୟଜିତ ମହାପାତ୍ର ଦୃଢତାର ସହିତ କହିଛନ୍ତି ! ରାଜ୍ୟ ପରିଚାଳନା କମିଟିର ସଦସ୍ୟ ମାନେ ସାଙ୍ଗଠନିକ ପ୍ରକ୍ରିୟା ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ନିଜ ନିଜର ମତାମତ ଦେଇଥିଲେ !
ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ସାଧାରଣ ପରିଷଦ ବୈଠକ !!!

