ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡିଶାରେ ଶିକ୍ଷାର ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସୁଯୋଗ ସୃଷ୍ଟି କରାଯାଇଛି । ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିର ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଓଡିଶାର ଘୋଷିତ ୧୪ଟି ବିଦ୍ଯାଳୟରୁ ଅନ୍ୟତମ । ୨୦୨୩ – ୨୪ ବର୍ଷ ଆର୍ଥିକ ଅଟକଳରେ ସମୁଦାୟ ୧୪ କୋଟି ୬୮ ଲକ୍ଷ ଟଙ୍କା ଅଟକଳ ଅନୁମୋଦିତ ହୋଇଛି । ମହେନ୍ଦ୍ରଗିରି(ପୌର)ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ୭୦ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି । ଏହି ଅର୍ଥରେ ଶ୍ରେଣୀଗୃହ , ସ୍ମାର୍ଟ କ୍ଲାସରୁମ , ଶୌଚାଳୟ , ଖେଳପଡିଆ , ପାନୀୟ ଜଳ ଯୋଗାଣ , ରୋଷେଇ ଘରର ନବୀକରଣ କରାଯିବ । ଏହିପରି ଏକ ସାର୍ବଜନୀନ ବିକାଶ ପାଇଁ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଭାଗବତ ପାଢୀ , ବିଚିତ୍ରାନନ୍ଦ ବେବର୍ତ୍ତା , ନିମାଇଁ ଚରଣ ପାତ୍ର , ମଲ୍ଲିକାର୍ଜୁନ ପଟ୍ଟନାୟକ , ଡକ୍ଟର କିଶୋର ଚନ୍ଦ୍ର ପଟ୍ଟନାୟକ , ସୂର୍ଯ୍ୟନାରାୟଣ ରାଜଗୁରୁ , ସୁଜିତ କୁମାର ପାଢୀ , ବୁଲୁ ପାଢୀ , ହରିହର ପାଢୀ , ଶାନ୍ତନୁ କୁମାର ପାଢୀ ତଥା ଜିଲ୍ଲା ସରକାରୀ ମାଧ୍ୟମିକ ବିଦ୍ୟଳୟ ସଂଘର ପ୍ରାକ୍ତନ ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଯୋଜନା ଉକ୍ତ ବିଦ୍ୟାଳୟର ସାମୂହିକ ବିକାଶ ହେବ ବୋଲି ମତ ପ୍ରକାଶ ପାଇଛି ।