ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଆମେ ବିଜେଡିର । ଆମର ନେତା ନବୀନ । ଆମେ ଦଳକୁ ନୁହେଁ ବିଧାୟକଙ୍କୁ ବିରୋଧ କରୁଛୁ । ବିଧାୟକ ସଂଗଠନକୁ ଭାଙ୍ଗୁଛନ୍ତି । ଦଳିୟ କର୍ମୀଙ୍କି ଅଣଦେଖା କରି ଅନ୍ୟଦଳର କିଛି ନେତାଙ୍କ କଥାରେ ପରିଚାଳିତ ହେଉଛନ୍ତି । ବିଧାୟକ ଲୋକପ୍ରିୟତା ହରାଇଛନ୍ତି । ପଞ୍ଚାୟତ ଓ ପୈାର ନିର୍ବାଚନରେ ତାର ପ୍ରମାଣ ମିଳିସାରିଛି । ଆଗାମୀ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ବଦଳାନ୍ତୁ ନଚେତ ଆମେ ବିକଲ୍ପ ଚିନ୍ତା କରିବୁ। ଏପରି କିଛି ବିଷ୍ପୋରକ ବୟାନ ରଖି ସାମ୍ବାଦୀକ ସମ୍ମୀଳନୀ କରିଛନ୍ତି ଦଶପଲ୍ଲା ସ୍ବାଭିମାନ ମଞ୍ଚର କର୍ମକର୍ତା ମାନେ। ନୟାଗଡ ହୋଟେଲ ତ୍ରୀନାଥ ପରିଷରରେ ସ୍ବାଭିମାନ ମଞ୍ଚର ଆବାହକ ପ୍ରଦୋଷ ଜେନାଙ୍କ ଆବାହକତ୍ବରେ ଅନୁଷ୍ଟିତ ହୋଇଥିଲା ଏହି ସାମ୍ବାଦୀକ ସମ୍ମୀଳନୀ । ଗତ 20 ତାରିଖରେ ବିଧାୟକ ବିରୋଧୀ ଗୋଷ୍ଠୀ ତଥା ସ୍ୱାଭିମାନ ମଞ୍ଚ ପକ୍ଷରୁ ସଂକଳ୍ପ ସମାବେଶ କରି ବିଧାୟକଙ୍କ ବିରୋଧରେ ନାରାବାଜି କରିଥିଲେ l ଯାହାକୁ ନେଇ ସେମାନେ ବିଜେଡିର କର୍ମୀ ନୁହଁନ୍ତି ବୋଲି ଦଶପଲ୍ଲା ବିଧାୟକ ରମେଶ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ l ସାମ୍ବାଦିକ ସମ୍ମିଳନୀରେ ଏହାର ଜବାବ ଦେଇଛି ସ୍ୱାଭିମାନ ମଞ୍ଚ l ବିଧାୟକ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଦୁଇ ଭାଗ କରିଦେଇଛନ୍ତି l ବିଧାୟକ ଯେଉଁ ମାନଙ୍କୁ ସାଙ୍ଗରେ ରଖିଛନ୍ତି ସେମାନେ ବିଜେପି ଦଳର ବୋଲି ପୂର୍ବତନ ଜିଲ୍ଲା ବିଜେଡି ଉପସଭାପତି ତଥା ମଞ୍ଚର ଆବାହକ ପ୍ରଦୋଷ ଜେନା ଅଭିଯୋଗ କରିବା ସହ ସାମ୍ବାଦିକ ସମ୍ମିଳନୀରେ ଫଟୋ ମଧ୍ୟ ଦେଖାଇଛନ୍ତି l ବିଧାୟକ ପାଣ୍ଠିରେ କେଉଁ ଉନ୍ନତି କାର୍ଯ୍ୟ ହୋଇଛି ବିଧାୟକ ତାର ହିସାବ ଦଶପଲ୍ଲାବାସୀଙ୍କ ଆଗରେ ରଖନ୍ତୁ ବୋଲି ମଧ୍ୟ ମଞ୍ଚ ଦାବି କରିଛି l l ସ୍ୱାଭିମାନ ମଞ୍ଚ ସାଙ୍ଗରେ ଜନତା ଅଛନ୍ତି ଏବଂ ସଚେତନତ ଭୋଟର ମଧ୍ୟ ଉଚିତ ସମୟରେ ଜବାବ ଦେଇଛନ୍ତି ଓ ଆଗକୁ ଦେବେ ବୋଲି ମଞ୍ଚ କହିଛି l ସ୍ୱାଭିମାନ ମଞ୍ଚର ବିଜେଡି କର୍ମୀମାନେ ବିଧାୟକଙ୍କୁ ବିରୋଧ କରୁଛନ୍ତି ଆଗକୁ ମଧ୍ୟ ବିରୋଧ କରିବେ l ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ସକ୍ରିୟ କରାଯାଉଛି ବୋଲି ସ୍ୱାଭିମାନମଞ୍ଚ ସାମ୍ବାଦିକ ସମ୍ମିଳନୀରେ କହିଛି l ଏହି ସାମ୍ବାଦୀକ ସମିଳନୀ ରେ ବିଯୁଜନତା ଦଳର ପୂର୍ବତନ ଉପସଭାପତି ପ୍ରଦୋସ କୁମାର ଜେନା,ଶିମିଳିସାହି ସରପଞ୍ଚ ସଞ୍ଜୟ କୁମାର ପଟନାୟକ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ !