ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ନିଖୋଜ ରବୀନ୍ଦ୍ରଙ୍କ ମୃତ ଦେହ ଉଦ୍ଧାର, ଅସ୍ବାଭାବିକ ମୃତ୍ୟୁକୁ ନେଇ ସନ୍ଦେହ ! ନିଖୋଜ ରବୀନ୍ଦ୍ର ଦାସଙ୍କ ମୃତଦେହ ସୁକିନ୍ଦା ପୋଲିସ ରୁଙ୍ଗୁରୁଙ୍ଗା ଅଞ୍ଚଳରୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ସୁକିନ୍ଦା ବ୍ଲକ ବିଜୁ ଜନତା ଦଳର ପୂର୍ବତନ ଉପସଭାପତି ରବୀନ୍ଦ୍ର ଦାସ ଗତ ବୁଧବାର ଦିନ ନିଖୋଜ ହୋଇଥିବା ପରିବାର ପକ୍ଷରୁ ସୁକିନ୍ଦା ଥାନାରେ ଅଭିଯୋଗ ହୋଇଥିଲା । ଗତ କିଛି ଦିନ ହେବ ରବୀନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେ ମାନସିକ ଚାପରେ ଥିବା ପରିବାର ପକ୍ଷରୁ ଅଭିଯୋଗରେ ଦର୍ଶାଇଥିଲେ । ଗୁରୁବାର ଦିନ ଏକ ଅଚିହ୍ନା ଲୋକର ମୃତଦେହ ରୁଙ୍ଗୁରୁଙ୍ଗା ନିକଟସ୍ଥ ରେଳ ଧାରଣା କଡ଼ରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ ! ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ! ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ପୋଲିସ ସୂଚନା ଦେଇଛି ।
ନିଖୋଜ ରବୀନ୍ଦ୍ରଙ୍କ ମୃତ ଦେହ ଉଦ୍ଧାର, ଅସ୍ବାଭାବିକ ମୃତ୍ୟୁକୁ ନେଇ ସନ୍ଦେହ !!!

