ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ମାନସିଂପୁର ପଞ୍ଚାୟତର ବାଉଁଶ ମୂଳଠାରୁ ବରୁଣପଡା, ସୋରଣ, ମୁଣ୍ଡଳକୁ ସଂଯୋଗ ହୋଇଥିବା ରାସ୍ତା ମା ଅଙ୍କୁରଇ ଦେବୀଙ୍କ ମନ୍ଦିର ସାମ୍ନାରେ ଜମୁଛି ପାଣି, ନାଁ ଅଛି ଡ୍ରେନ ନାଁ ପଡୁଛି କୌଣସି ନେତା ଓ ସରପଞ୍ଚଙ୍କ ନଜର l ବହୁ ବର୍ଷ ଧରି ଏହି ରାସ୍ତା ଯେମିତିକୁ , ସେମିତି ! ସାମାନ୍ୟ ବର୍ଷାରେ ପାଣି ଲହଡା ମାରୁଥିବା ନଜରକୁ ବାରମ୍ବାର ଆସୁଛି l ହେଲେ ଆଜିପର୍ଯ୍ୟନ୍ତ ଏହାର ସ୍ଥାଇ ସମାଧାନ କାହିଁକି ହୋଇପାରୁନାହିଁ ! ଯାହା ଅଞ୍ଚଳବାସୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ସୋରଣ ଠାରୁ କାଳୁପଡା ଯିବାକୁ ହେଲେ ସେଇରାସ୍ତା ଦେଇ ହଜାର ହଜାର ଲୋକମାନେ ଯିବା ଆସିବା କରିଥାନ୍ତି l ହେଲେ ପରିତାପର ବିଷୟ ଏଠି ନେତା ଅଧିକ, କାମ ପାଇଁ ସରକାର ଅନୁଦାନ ଅଧିକ , କିନ୍ତୁ କାମ ଦୁର୍ବଳ ! ରାସ୍ତାର ଅବସ୍ଥା କହିଲେ ନସରେ l ଏହିବାଟରେ ଶ୍ରଦ୍ଧାଳୁ ମାନେ ମନ୍ଦିର କୁ ଦର୍ଶନ କରିବାକୁ ଯିବାକୁ ହେଲେ ପାଣି ଭିତରେ ଯିବାକୁ ପଡୁଛି, ପିଲାମାନେ ସ୍କୁଲ କଲେଜ ପାଠ ପଢିବାକୁ ଗଲେ ପାଣି ଭିତରେ ପଶି ଯିବାକୁ ହୋଇଥାଏ l ବେଳେ ବେଳେ ପିଲାମାନେ ପାଣିରେ ସରପଟିଆ ଯୋଗୁଁ ଗୋଡ଼ ଖସିଗଲେ ସେଥିରେ ପଡି ଓଦା ହେଉଥିବା ନଜର ରହିଛି l ଏହି ରାସ୍ତା ରେ ରୋଗୀ ମାନଙ୍କୁ ଡାକ୍ତରଖାନା ନେବାକୁ ହେଲେ ନାହିଁ ନଥିବା ଅବସ୍ଥା ହେବାକୁ ପଡୁଛି l ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ପାଣି ଏପରି ଜମି ରହିଛି ଯେ ନିଷ୍କାସନ କରିବା ପାଇଁ ନାଁ ପାଖରେ ନଈ ଅଛି ନାଁ ନାଳ ଅଛି ! ନିଷ୍କାସନ କେମିତି ହେବ ଏହି ସମସ୍ୟାକୁ ସମାଧାନ କରିବ କିଏ ? ଆଗକୁ ଇଲେକ୍ସନ ବିଗୁଲ ବାଜିବା ପୂର୍ବରୁ ନେତା ମାନେ ଅଣ୍ଟା ଭିଡ଼ିବା ଆରମ୍ଭ କଲେଣି କିନ୍ତୁ ଏହି ରାସ୍ତା କିପରି ସୁଗମ ହୋଇପାରିବ କାହାରିକୁ ଦେଖା ଯାଉନି ! ତେଣୁ ଏହି ସମସ୍ୟା ଆଗକୁ ଯାତାୟାତ ରେ ବହୁତ ବ୍ୟାଘାତ କରିବ, ସାଧାରଣ ଜନତା ତାହାର ଉଚିତ ଜବାବ ଦେବେ ବୋଲି ସବୁଆଡେ ଚର୍ଚ୍ଚା ହେଲାଣି l