ନୟାଗଡ ରେ ଭୋଟର ତାଲିକା ଯୋଗ ଓ ସଂଶୋଧନ କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମୁଁ ବି ମିତା କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟର ତାଲିକା କିପରି ଶୁଦ୍ଧ ହୋଇ ପାରିବ ଏଥି ନିମନ୍ତେ ପ୍ରୟାସ ଆରମ୍ଭ କରାଯାଇଛି । ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କଲେଜ ଛାତ୍ରଛାତ୍ରୀ ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ସାମିଲ କରାଯାଇ ଏ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଛି । ନୟାଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ ରିମା ହଂସଦାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଯୋଗ ଦେଇଥିଲେ । ଏ ବର୍ଷ ଠାରୁ ୪ଟି ପର୍ଯ୍ୟାୟରେ ଭୋଟର ତାଲିକା ଯୋଗ ଓ ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଛି । ମୁଁ ବି ମିତା କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟତଃ କଲେଜ ଛାତ୍ରଛାତ୍ରୀଙ୍କୁ ଫୋକସ କରାଯାଇଛି । କଲେଜ ଛାତ୍ରଛାତ୍ରୀ ମାନେ ନିଜେ ନିଜର ନାମ ଭୋଟର ତାଲିକାକୁ ଉଠେଇବା ସହ ଅନ୍ୟକୁ ସଚେତନତା କରିବା ପାଇଁ ବାର୍ତା ଦିଆଯାଇଛି । କେଉଁପରି ଢଙ୍ଗରେ ସଚେତନତା କରାଯାଇ ପାରିବ ପ୍ରୋଜେକ୍ଟର ମାଧ୍ୟମରେ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ମୁଖ୍ୟତଃ ଭୋଟର ତାଲିକା ସଂଶୋଧନ, ସଠିକ ବୟସ ଭୋଟରଙ୍କୁ ଯୋଗ କରିବା, ଏକାଧୂକ ଭୋଟର ତାଲିକାରେ ନାମ ଥିବା ବ୍ୟକ୍ତି ବିଶେଷଙ୍କୁ ବାଦ ଦେଇ ଗୋଟିଏ ସ୍ଥାନରେ ରଖୁବା, ମୃତ ଭୋଟରଙ୍କୁ ବାଦ ଦେବା ଓ ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ଭୋଟରଙ୍କୁ ଗୁରୁତ୍ଵ ଦେବା ପାଇଁ ପ୍ରଶିକ୍ଷଣ କରାଯାଇଥିଲା । ମୁଖ୍ୟତଃ ରାଜ୍ୟ ସରକାର ଏକ ଶୁଦ୍ଧ ଓ ସ୍ବଚ୍ଛ ଭୋଟର ତାଲିକା ପ୍ରକାଶ ନିମନ୍ତେ ଏହି ପ୍ରୟାସ ଜାରି ରଖୁଥିବା ଜଣାପଡିଛି ।

 

Leave a Reply

Your email address will not be published. Required fields are marked *