ଗଜପତି ରେ କଂଗ୍ରେସ ଓ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ନୀତିରେ ଅନୁପ୍ରାଣିତ ହୋଇ ଗଜପତି ରେ କଂଗ୍ରେସ ଓ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ ! ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ରମ୍ପା ଗ୍ରାମ ପଞ୍ଚାୟତର ରମ୍ପା ଗ୍ରାମର କଂଗ୍ରେସ ଓ ବିଜେପି ଦଳର କର୍ମୀ , ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ନୀତିରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ବରିଷ୍ଠ ନେତା ଡଃ.ତିରୁପତି ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରପତି ରାଓ, ଜିଲ୍ଲା ଯୁବ ସଭାପତି ଏସ. ଲିଙ୍ଗରାଜ, ଗୋସାଣି ବ୍ଲକ ଅଧ୍ୟକ୍ଷ ଏନ.ବୀରରାଜୁ, ଗୋସାଣି ବ୍ଲକ ବିଜେଡ଼ି ସଭାପତି ସିଏଚ. ଇଶ୍ଵର ରାଓ , ଆରଏମସିଏସ ଅଧ୍ୟକ୍ଷ ଏସ. ଗଜପତି ରାଓ,ରାଜ୍ୟ ବିଜେଡ଼ି ସମ୍ପାଦକ ବସନ୍ତ ଦାସ ଓ ମରୁତ ପାଳ, ଜିଲ୍ଲା ପରିଷଦ ସଦସ୍ୟ ଏସ . ବାଲରାଜୁ, ଜିଲ୍ଲା ପରିଷଦ ସଦସ୍ୟା ପି. ଲୀଳାବତୀ, ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ଥ ପରିଚ୍ଛା, ବରିଷ୍ଟ ନେତା ୱାଇ ରାମଚନ୍ଦ୍ର ରାଓ, କାଶିନଗର ବ୍ଲକ ବିଜେଡ଼ି ସଭାପତି ଅଖିଲ ପାତ୍ର ଓ ଯୁବନେତା ଜି . ବିଜୟ କୁମାର ପ୍ରମୁଖଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *