ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଜଣେ ଯୁବତୀଙ୍କୁ ବାଣପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ କରି ପ୍ରତାରଣା ର ଶୀକାର ହୋଇଥିବା ଯୁବକ ଜଣଙ୍କ ନିଜ ନାମ ଗୁପ୍ତ ରଖି ଗଣମାଧ୍ୟମ ଆଗରେ ଦୁଃଖର ସହ ପ୍ରକାଶ କରିଛନ୍ତି । ଯୁବକଙ୍କ ସୂଚନା ମୁତାବକ ବାଲୁଗାଁ ଅଞ୍ଚଳର ଜଣେ କଲେଜ ପଢୁଆ ଯୁବତୀ ତାଙ୍କୁ ବିବାହ ର ପତିଶୃତି ଦେବା ସହ ପ୍ରେମ ସମ୍ପର୍କ ରଖି ପ୍ରେମରେ ପ୍ରତାରଣା କରିଥିବାର କହିଛନ୍ତି । ଏଠି ଆମେ କହି ରଖୁଛୁ ବର୍ତ୍ତମାନ ର ଯୁବ ପୀଢ଼ି ମାନଙ୍କ ପାଇଁ ଭଲ ପାଇବା ସାମାଜିକ ଗଣମାଧ୍ୟମ ଦ୍ୱାରା ପ୍ରଭାବିତ ହୋଇଥିବା ସମୟରେ , ଭଲ ପାଇବା ନାଁରେ ନିଜ ଭଲ ପାଇବାକୁ କେହି କେହି ପ୍ରତାରଣା ରେ ପରିଣତ କରୁଛନ୍ତି । ବାରମ୍ବାର ମଧ୍ୟ ଗଣମାଧ୍ୟମ ରେ ଏହି ପ୍ରେମ ପ୍ରତାରଣା ପାଇଁ ଅନେକ ଯୁବକ କିମ୍ବା ଯୁବତୀଙ୍କ ଜୀବନ ଚାଲି ଯାଉ ଥିବାର ଖବର ଦେଖିବାକୁ ମିଳୁଥିବା ବେଳେ ଏ ସମ୍ପର୍କରେ ଯୁବପିଢି ମାନେ ସଚେତନ ନ ହୋଇ ସୁଧୁରିବାର ନାଁ ନେଉ ନାହାନ୍ତି । ବର୍ତମାନ ର ଚିଲିକା ନିର୍ବାଚନ ମଣ୍ଡଳୀର ଯୁବପିଢ଼ି ମାନଙ୍କୁ ଗଣମାଧ୍ୟମ ଦ୍ଵାରା ସଚେତନ କରାଯାଉଛି ଯେ ଭଲ ପାଇବା ନାଁରେ କେବେ ହେଲେ କାହା ସହିତ ପ୍ରତାରଣା କରନ୍ତୁ ନାହିଁ କାହିଁକି ନାଁ ଜଣଙ୍କ ପାଇଁ ଅନ୍ୟ ଜଣଙ୍କ ଜୀବନ ମଧ୍ୟ ଚାଲିଯାଇ ଥାଏ । ଏହି ଭଳି ପ୍ରେମ ଜନିତ ଘଟଣାକୁ ବାରମ୍ବାର ଗଣମାଧ୍ୟମ ରେ ଦେଖି ସ୍ଥାନୀୟ ଅଞ୍ଚଳରେ ପଶ୍ନବାଚୀ ସୃଷ୍ଟି କରିଛି ଏଥି ପାଇଁ ଦାୟୀ କିଏ ??
ବାଲୁଗାଁ ଅଞ୍ଚଳରେ ଭିନ୍ନ ଅପରାଧିକ ଘଟଣା : ପ୍ରେମ ପରେ ପ୍ରତାରଣା !!!

