ପୁରୀ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ତରଫରୁ ସୋଲରୀ ଓ ଜଗତି ପାହାଡକୁ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ମାନ୍ୟତା !!!

0
240

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୁରୀ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ତରଫରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଭିନ୍ନ ଲୀଳାକ୍ଷେତ୍ର ପରିଦର୍ଶନ ଓ ଗବେଷଣାତ୍ମକ ତଥ୍ୟ ସଂଗ୍ରହ ନିମନ୍ତେ ଏକ ପ୍ରତିନିଧି ଦଳ ଗତ ଶନିବାର ଦିନ ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଥିଲେ । ସେଠାରେ ଡାଃ ମଧୁସୂଦନ ସେନାପତି, ଜୟ ବେହେରା ଓ ଗ୍ରାମବାସୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେଠାରୁ ନଇରି ନିକଟସ୍ଥ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣ ଶିଖରି ଯାଇ ପହଞ୍ଚିଥିଲେ । ହାଡ଼ିବନ୍ଧୁ ପଟ୍ଟନାୟକ ସେଠାରେ ସମ୍ବର୍ଦ୍ଧନା ଜଣାଇଥିଲେ । ସମସ୍ତେ ସେଠାରେ ଆଲୋଚନା ସମୟରେ ଜଗତୀ ଓ ସୋଲାରି ପାହାଡ଼ର ପୌରାଣିକ, ଐତିହାସିକ ଓ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସମ୍ବନ୍ଧୀୟ ତଥ୍ୟ ଶ୍ରୀ ଦିବ୍ୟାନନ୍ଦ ସରସ୍ୱତୀ ପ୍ରତିନିଧିଙ୍କ ପାଖରେ ଉପସ୍ଥାପନା କରିଥିଲେ । କାଙ୍କଣଶିଖରି ଠାରୁ ଫେରି ଗଞ୍ଜାମ ଜିଲ୍ଲାର ପଥରା, ବାଣଆ ଆଦି ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ପରିଦର୍ଶନ କରି ଗବେଷଣାତ୍ମକ ତଥ୍ୟ ସଂଗ୍ରହ କରି ରାତ୍ରିରେ ସୁନାଖଳା ଜଗତି ପାହାଡ ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ରାତ୍ରୀ ଭୋଜନ ସାରି ବିଶ୍ରାମ କରିଥିଲେ । ପରଦିନ ରବିବାର ସକାଳୁ ନିତ୍ୟକର୍ମ ଓ ପୁଜାବିଧି ସମାପନ କରି ବାଣପୁର ଅଭିମୁଖେ ବାହାରିଥିଲେ । ପ୍ରଥମେ ମା ଭଗବତୀଙ୍କ ପୀଠରେ ବାଳମୁକୁନ୍ଦ ଦାସ ଓ ନୃସିଂହ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରତିନିଧି ଦଳ ଶ୍ରୀ ଶ୍ରୀ ରଙ୍କନାଥଦେବ, ଶ୍ରୀ ଶ୍ରୀ ଚରଣ ଚକାଦେବ, ସାହସପୁର ମନ୍ଦିର ପରିଦର୍ଶନ ସାରି ବଙ୍କାଡ ଗଡ଼ ଶ୍ରୀ ଜଗନ୍ନାଥ ଲୀଳାକ୍ଷେତ୍ର ପରିଦର୍ଶନ କରି ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଶେଷ କରିଥିଲେ । ଉକ୍ତ ପ୍ରତିନିଧି ଦଳରେ ମହାସଚିବ ନରେଶ ଦାସ, ଡ଼ଃ କରୁଣାକର ପ୍ରଧାନ, ସ୍ବାମୀ ଦିବ୍ୟାନନ୍ଦ ସରସ୍ୱତୀ,ରାଧା ବହ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ, ଅବସର ପ୍ରାପ୍ତ ଆଇ ଏ ଏସ ସୁଦର୍ଶନ ପଟ୍ଟନାୟକ, ଡ଼ଃ ଅସିତ୍ ମହାନ୍ତି, ଯାଜପୁର ଶ୍ରୀ ଜଗନ୍ନାଥ ଗବେଷଣା ପରିଷଦ ର ସମ୍ପାଦକ ଜଗନ୍ନାଥ ପଣ୍ଡା, ସେବାୟତ ପୂର୍ଣ୍ଣଚନ୍ଦ୍ର ଗୋଛିକାର, ଅଧ୍ୟାପକ ଶ୍ରୀହର୍ଷ ମହାପାତ୍ର, ସୁଆର ସେବକ ହରେକୃଷ୍ଣ ପ୍ରତିହାରି ପ୍ରମୁଖ ସାମିଲ ଥିଲେ। ଅଦ୍ୟାବଧି ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ରୂପେ ମାନ୍ୟତା ପ୍ରଦାନ ପାଇ ନଥିବା ପୌରାଣିକ ଓ ଐତିହାସିକ ତଥ୍ୟ ସମ୍ବଳିତ ସୋଲରୀ ଓ ଜଗତି ପାହାଡ ଯେଉଁ ଠାରେ କି ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ଦାରୁ ପ୍ରତିମା ଅଲଗା ଅଲଗା ପୂଜାପାଇ ଆସୁଛନ୍ତି,ତାହାକୁ ପୁରୀ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ତରଫରୁ ଲୀଳାକ୍ଷେତ୍ର ରୂପେ ମାନ୍ୟତା ପ୍ରଦାନ କରାଯାଇ ଥିବାର ଜଣାପଡିଛି । ଏଥି ପାଇଁ ପୁରୀ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ପ୍ରତିନିଧି ମାନଙ୍କୁ ଏହି ଅଞ୍ଚଳର ଜନସାଧାରଣ, ଜଗନ୍ନାଥ ସଂସ୍କୃତି ପ୍ରେମୀ, ଗୁଣୀ ଜ୍ଞାନୀ ବ୍ୟକ୍ତି ବିଶେଷ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here