ନୟାଗଡରେ ରାଣୀ ପ୍ରତ୍ୟୁଷାଙ୍କର ଶକ୍ତି ପ୍ରଦର୍ଶନ : ବିରୋଧ କରିଲେ ବିଜେପି ଜିଲ୍ଲା ସଭାପତିଙ୍କ କର୍ମକର୍ତ୍ତା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡରେ ବଢୁଛି ରାଣୀ – ଇରାନୀ କଳି ! ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜରାସ୍ତାରେ ଦେଖିବାକୁ ମିଳିଛି ବିଜେପିର ଟ୍ରେଲର ! ନୟାଗଡରେ ବିଜେପି ବନାମ ବିଜେପି l ବିରୋଧର ସମ୍ମୁଖୀନ ହେଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର l ସମ୍ବିତ ପାତ୍ରଙ୍କୁ କଳାପତାକା ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛନ୍ତି ନିଜ ଦଳର କର୍ମୀ । ନୟାଗଡରେ ପୂର୍ବତନ ସାଂସଦ ହେମେନ୍ଦ୍ର କୁମାର ସିଂଙ୍କ ନବମ ଶ୍ରାଦ୍ଧ ବାର୍ଷିକ ଥିଲା । ଏହି ଅବସରରେ ନୟାଗଡ ରାଜବାଟିରୁ ଏକ ରାଲି ବାହାରି ହେମନ୍ଦ୍ର ସିଂଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପାଇଁ ଆସିଥିଲେ । ଏହି ସମୟରେ ସମ୍ବିତ ପାତ୍ରଙ୍କୁ ଦେଖି ବିଜେପିର କିଛି କର୍ମୀ କଳାପତାକା ପ୍ରଦର୍ଶନ କରିବା ସହ ଅଣ୍ଡା ମାଡ଼ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ନୟାଗଡରେ ବିଜେପିର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ସମ୍ବିତ ପାତ୍ର ଏବେ ଯେଉଁଠିକି ଯାଉଛନ୍ତି ନିଜ ଦଳର କର୍ମୀ ଓ ନେତା ତାଙ୍କୁ ବିରୋଧ କରିବାର ଦେଖିବାକୁ ମିଳୁଛି । ତେବେ ଆଜି ପ୍ରତ୍ୟୁଷା ବନାମ ଇରାନିଙ୍କ କଳିରେ ସମ୍ବିତ ପାତ୍ରଙ୍କୁ ହଟହଟ୍ଟା ହେବାକୁ ପଡ଼ିଛି । ନୟାଗଡ଼ ଜିଲ୍ଲା ବିଜେପିରେ ପ୍ରତ୍ୟୁଷା ଓ ଇରାନିଙ୍କ ଦୁଇଟି ସମାନ୍ତରାଳ ସଙ୍ଗଠନ ରହିଛି । ଆଜି ଇରାନୀ ରାୟଙ୍କ ବାସଭବନରେ ବିଜେପି କର୍ମୀ ମାନେ ସମ୍ବିତ ପାତ୍ରଙ୍କୁ ବିରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *