ଆବୁଧାବି ରୁ ଓଡିଶା ଫେରୁଥିବା ଓଡ଼ିଆ ଶ୍ରମିକ ଦିଲ୍ଲୀରେ ନିଖୋଜ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆବୁଧାବି ରୁ ଓଡିଶା ନିଜ ଜନ୍ମ ମାଟି କୁ ଫେରୁଥିବା ଓଡ଼ିଆ ଶ୍ରମିକ ଦିଲ୍ଲୀରେ ନିଖୋଜ । କାନ୍ଦ ବୋବାଳି ରେ ଫାଟି ପଡୁଚି ବାଲୁଗାଁ ବେଲପଡା ଗ୍ରାମରେ ଥିବା ଓଡ଼ିଆ ଶ୍ରମିକ ଙ୍କ ପରିବାର । ପେଟ ପାଇଁ ଦି ମୁଠା ଆହାର ଯୋଗାଡ଼ିବା ପାଇଁ ନିଜ ପରିବାର ଛାଡି କିଏ କେତେ ଦୂର ଦାଦନ ଯାଉଛନ୍ତି ! ଆଉ ଯାହା ଦି ପଇସା ରୋଜଗାର କରନ୍ତି ସେଥିରେ ପରିବାର ଚଳେ ! ପୁଅ ଯାଇଛି ସୁଦୂର ଆବୁଧାବି, ବହୁ ବର୍ଷ ପରେ ପୁଅ ଘରକୁ ଫେରୁଛି, ଏପଟେ ଘରେ ଖୁସିରେ ଅପେକ୍ଷା କରିଛନ୍ତି ବାପା ଆଉ ମା ! ହେଲେ ପରିବାର ଲୋକେ ଜାଣିବାକୁ ପାଇଲେ ପୁଅ ଆସୁଥିବା ସମୟରେ ଦିଲ୍ଲୀ ରୁ କୁଆଡେ ନିଖୋଜ ହୋଇଯାଇଛି ! ଘରକୁ ଆଉ ଫେରୁନାହିଁ ! ଏପଟେ ମା ବାପା ବାହୁନି ବାହୁନି କାନ୍ଦୁଛନ୍ତି, ଆଉ କହୁଛନ୍ତି ଆମର ଧନ ଦରକାର ନାହିଁ, କି ଟଙ୍କା ପଇସା ଦରକାର ନାହିଁ, ଆମକୁ ଆମ ପୁଅ ଫେରାଇଦିଅ ବୋଲି ପ୍ରଶାସନ ଙ୍କୁ ନେହୁରା ହେଉଛନ୍ତି !

ଏମିତି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ ! ରଞ୍ଜନ ସ୍ୱାଇଁ, ବୟସ ପ୍ରାୟ ୩୦ ବର୍ଷ , ତିନି ବର୍ଷ ପୂର୍ବେ ପରିବାର ପ୍ରତି ପୋଶଣ ପାଇଁ ଶ୍ରମିକ ଭାବରେ ଆବୁଧାବି ଯାଇଥିଲେ କାମ କରିବା ପାଇଁ ! ବହୁଦିନ ହେବ ଘରକୁ ନଆସିବାରୁ ମା କହିଲେ ପୁଅରେ ତୁ ବହୁତ ଦିନ ହେଲା ଘରକୁ ଆସିନୁ, ତତେ ଦେଖିବାକୁ ବହୁତ ଇଛା ହେଉଛି, ତୁ ଜଲଦି ପଳେଇଆସେ ! ଆଉ ରଞ୍ଜନ ଆବୁଧାବି ରୁ ବାହାରିବା ସମୟ ରେ ଘର ଲୋକଙ୍କୁ କହିଥିଲା ହଁ ମା ମୁଁ ଏଠୁ ବାହାରିଲି ଆଉ ଦୁଇ ଦିନ ପରେ ଘରେ ପହଞ୍ଚିବି ! ହେଲେ ଘରେ ଆଉ ପହଞ୍ଚିଲା ନାହିଁ ! ଗତ ୧୮ ତାରିଖ ରେ ରଞ୍ଜନ ଅବୁଧାବି ରୁ ଭାୟା ମୁମ୍ବାଇ ଦେଇ ଦିଲ୍ଲୀ ଆସୁଥିଲା, ଆଉ ଦିଲ୍ଲୀ ରୁ ଟ୍ରେନ ଯୋଗେ ବାଲୁଗାଁ ! ହେଲେ ରଞ୍ଜନ ବାଲୁଗାଁ ରେ ପହଞ୍ଚିଲା ନାହିଁ ! ଏପଟେ ଏତେଦିନ ହେଲା ରଞ୍ଜନ ଘରେ ନ ପହଞ୍ଚିବା ଯୋଗୁଁ ପରିବାର ଲୋକେ ବ୍ୟସ୍ତ ହୋଇଗଲେ ! ରଞ୍ଜନ ଅବୁଧାବି ରେ କାମ କରୁଥିବା କମ୍ପାନୀ ସହିତ ପରିବାର ଲୋକେ ଯୋଗାଯୋଗ କରି ରଞ୍ଜନ ବିଷୟରେ ପଚାରି ବୁଝିଲେ ! ସେପଟେ କମ୍ପାନୀ ତରଫରୁ ପରିବାର ଲୋକଙ୍କୁ କହିଲେ ରଞ୍ଜନ ସହିତ ଫାଇମ ଅହମଦ ବୋଲି ଜଣେ ପିଲା ରଞ୍ଜନ ସହିତ ୧୮ ତାରିଖ ରେ ଫ୍ଲାଇଟ ରେ ଦିଲ୍ଲୀ ଯାଇଛନ୍ତି , ଆଉ ଫାଇମ ଅହମଦ ର ମୋବାଇଲ ନମ୍ବର ବି ପରିବାର ଲୋକଙ୍କୁ ଦେଲେ ! ଆଉ ପରିବାର ଲୋକେ ରଞ୍ଜନ ସହିତ ଆସୁଥିବା ଫାଇମ ଅହମଦ ସହିତ ଯୋଗାଯୋଗ କରିବାରୁ ଫାଇମ କହିଲା ଆମେ ଅବୁଧାବି ରୁ ମୁମ୍ବାଇ ତାପରେ ଦିଲ୍ଲୀ ରେ ପହଞ୍ଚିଲୁ ! ଦିଲ୍ଲୀ ପହଞ୍ଚିଲା ପରେ ମୁଁ ବସ ରେ ମୋ ଘରକୁ ଆସିଲି, ରଞ୍ଜନ ଟାସ୍କି କରି ଦିଲ୍ଲୀ ରେଲୱେ ଷ୍ଟେସନ ଗଲା ! ତାପରେ ମୁଁ ଜାଣିନି କହି ଫୋନ କାଟିଦେଲା , କିନ୍ତୁ ଫାଇମ ଅହମଦ ର କଥାବାର୍ତ୍ତା ପରିବାର ଲୋକଙ୍କୁ ଠିକ ଲାଗି ନଥିଲା ! ଆଉ ପରିବାର ଲୋକେ ଆହୁରି ଦ୍ୱନ୍ଦ୍ୱ ରେ ପଡି ଯାଇଥିଲେ ! ଏନେଇ ଏତେ ଦିନ ହେଲା ରଞ୍ଜନ ଘରକୁ ନ ଫେରିବାରୁ ରଞ୍ଜନ ର ବାପା ଅକ୍ଷୟ ସ୍ୱାଇଁ ବାଲୁଗାଁ ଥାନା ରେ ଗତ ୨୫ ଅଗଷ୍ଟ ରେ ଏକ ଲିଖିତ ଅଭିଯୋଗ କରିବା ସହିତ, ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ଙ୍କୁ ମଧ୍ୟ ୨୮ ଅଗଷ୍ଟ ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ! ଆଉ ଏହାର ନକଲ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ଖୋର୍ଦ୍ଧା ଏସ୍ପି ଓ ଜିଲ୍ଲାପାଳ ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ପଠାଇଛନ୍ତି ! କିନ୍ତୁ ଆଜକୁ ୨୦ ଦିନ ବିତିଯାଇଥିଲେ ସୁଦ୍ଧା ରଞ୍ଜନ ର କୌଣସି ପତା ମିଳିପାରିଲା ନାହିଁ ! ଏବେ ରଞ୍ଜନ କୁ ଘରକୁ ଫେରେଇ ଆଣିବା ପାଇଁ ଗଣମାଧ୍ୟମଙ୍କ ଜରିଆରେ ପରିବାର ଲୋକେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *