ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବିଭିନ୍ନ ଘଟଣା ଅଘଟଣକୁ ନେଇ ବାଙ୍କୀ ନିର୍ବାଚନ ମଣ୍ତଳୀର ଡମପଡା ବ୍କକ ସବୁବେଳେ ଚର୍ଚ୍ଚାରେ ରହିଥାଏ । ସବୁଠାରୁ ବଡ ମନରେଗା ଦୁର୍ନିତି ଏହିଠାରେ ହୋଇଥିଲା । ଦୁର୍ନିତିକୁ ଅଭିଯୋଗକୁ ନେଇ ଭିଜିଲାନ୍ସ ଟିମ୍ ଆସି ପୂର୍ବତନ ସରପଞ୍ଚ ଙ୍କ ଘର ଏବଂ କାର୍ଯ୍ୟାଳୟ ଖାନତଲାସୀ କରିଥିଲା । ସେହି ଡମପଡା ବ୍କକର ଆଉ ଏକ ଘଟଣା ଆସିଛି ସାମନାକୁ ! ଏହି ଦୃଶ୍ୟ ହେଉଛି ବିଲିପଡା ଗ୍ରାମ ପଞ୍ଚାୟତର । ଯେଉଁଠି ଜନ ପ୍ରତିନିଧି ଏବଂ ଠିକାଦାରଙ୍କ ସ୍ବାର୍ଥ ସର୍ବସ୍ବ ସଂପର୍କ ଫଳରେ ଜନସାଧାରଣଙ୍କ ପାଇଁ ରାଜସ୍ବ ଟଙ୍କାରେ ନିର୍ମିତ ହେଉଥିବା ବହୁ ପ୍ରକଳ୍ପ ପାଣିରେ ପଡୁଛି । ସ୍ବଚ୍ଛ ଭାରତ ଯୋଜନାରେ ପଞ୍ଚାୟତ ପାଇଁ ନିର୍ମିତ ହୋଇଥିବା ଜୈବକୁଣ୍ତର ଘର ଗାଁ ଠାରୁ ବହୁ ଦୂରରେ ରହିଛି । ଘରଟିଏ ହୋଇଗଲା , ବାସ୍ କାମ ସରିଗଲା । ତାହାର ରକ୍ଷଣାବେକ୍ଷଣ ନାହିଁ , କି ଲୋକଙ୍କୁ ସଚେତନ କରାଯାଉନାହିଁ ୱାର୍ଡ ସ୍ତରରେ ଅଳିଆ ଆବର୍ଜନା ସବୁ ସେହିସ୍ଥାନରେ ପକାଇବାକୁ । ସେହି ଘର ଏବେ ବୃକ୍ଷଲତାରେ ପରିପୂର୍ଣ୍ଣ ହୋଇ ସରୀସୃପ ଙ୍କ ରହିବାସ୍ଥଳି ପାଲଟିଛି । ଏହା ହେଉଛି ସୁସ୍ଥ ଆଉ ସମୃଦ୍ଧିର ସୁନ୍ଦର ବାଙ୍କୀ ର ପ୍ରତିଛବି । ତାଳବସ୍ତ ,ଦୁଲଣାପୁର ,ପାଥପୁର, କୁସୁପଙ୍ଗି, ଶିମିଳିପୁର, କୁସୁନ୍ଦା, ଡମପଡା ପରି ବିଭିନ୍ନ ଗ୍ରାମ ପଞ୍ଚାୟତର ଜୈବକୁଣ୍ତ ଗୁଡିକର ଟିଣ, ଲୁହାପାଇପ ସବୁକୁ ଉଦଘାଟନର ଗୋଟେ ଦିନ ପରେ ଅସାଧୁ ଲୋକ ମାନେ ଚୋରି କରି ନେଇଛନ୍ତି । ନିର୍ବାଚିତ ପ୍ରତିନିଧି ମାନଙ୍କର ଏଥିପ୍ରତି ନିଘାନାହିଁ । ଦୁର୍ନୀତି ଅନିୟମିତତା ବିରୋଧ କରିବାକୁ ବାଙ୍କୀ ରେ ବିରୋଧି ଦଳ ନଥିବା ବେଳେ , ଯାହା କିଛି ସମାଜସେବୀ ଏବଂ ବୁଦ୍ଧିଜୀବୀ ମାନଙ୍କ ସାମାଜିକ ଗଣମାଧ୍ୟମହିଁ ସଚେତନ କରେଇବାରେ କାମ କରୁଛି । ବାଙ୍କୀ ପ୍ରଶାସନର ଏଥିପ୍ରତି ଦୃଷ୍ଟି କେବେ ପଡୁଛି ଦେଖାଯାଉ ।
ଅବ୍ୟବହୃତ ଅବସ୍ଥାରେ ବିଲିପଡା ପଞ୍ଚାୟତର ଜୈବକୁଣ୍ଡ ଘର : ପାଲଟିଛି ସରୀସୃପ ଙ୍କ ବାସସ୍ଥଳୀ !!!

