ଦାସିଆ ଅଜାଙ୍କ ୨୬ ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦାସିଆ ଅଜା ସ୍ମୃତି ୍‌କମିଟି ତରଫରୁ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ସମାଜେସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମୁନିସିପାଲିଟି ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନାଙ୍କ ସମେତ ସମସ୍ତ କାଉନସିଲର,ନାଟ୍ୟକାର ଡ.ବିଜୟ ଚୌଧୁରୀ, କମ୍ରେଡ ବିଶ୍ୱନାଥ ମହାପାତ୍ର,ସମାଜସେବୀ ଦାମୋଦର ସାହୁ,ଜିଲ୍ଲା ଓକିଲ ସଂଘ ସଭାପତି ମନୋରଞ୍ଜନ ମହାପାତ୍ର,ଦୁର୍ଯ୍ୟୋଧନ ସାହୁ,ଗୋଦବାରୀ ସାହୁ,ନିର୍ମଳ ଶୂରଦେଓ,ଶ୍ରୀଧର ସାହୁ,ନିରଂଜନ ମିଶ୍ର,ଆଇନଜୀବୀ ରଣଜିତ ଦାଶ,ସୁରେନ୍ଦ୍ର ମହାପାତ୍ର,ଲକ୍ଷ୍ମୀଧର ସାହୁ,ଗୋକୁଳ ଷଢ଼ଙ୍ଗୀ,ରାମକୃଷ୍ଣ ରଥ,ସୌଦାମିନୀ ସ୍ୱାଇଁ,ଶରତ ଆଚାର୍ଯ୍ୟଙ୍କ ସମେତ ଭାରତ ବିକାଶ ପରିଷଦର ସଭାପତି,ସମ୍ପାଦକ ଏବଂ ସମସ୍ତ ସଦସ୍ୟମାନେଯୋଗଦାନ କରି ପୁଷ୍ପମାଲ୍ୟ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ ସମସ୍ତଙ୍କ ପ୍ରିୟ ଦାସିଆ ଅଜା ଭାବେ ସମଗ୍ର ଜନମାନସରେ ପରିଚିତ ସ୍ୱର୍ଗତ ଦାଶରଥି ପଟ୍ଟନାୟକ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଉଦୟପୁରଠାରେ ୧୯୫୯ ମସିହାରେ ବାଞ୍ଛାନିଧି ପାଠାଗାର,୧୯୭୩ ମସିହାରେ ଶ୍ରୀଅରବିନ୍ଦ ସଂଗ୍ରହାଳୟ ଏବଂ ୧୯୭୫ରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ । ସେ ୧୯୯୭ ମସିହା ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ନିଜ ଗ୍ରାମରେ ଇହଲୀଳା ସମ୍ବରଣ କରିଥିଲେ ।

Leave a Reply

Your email address will not be published. Required fields are marked *