ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ବାଣପୁର ଅଞ୍ଚଳରେ ଗୋରୁ ମାଂସ ବେପାର କରୁଥିବା କଂସେଇ କୁ କାବୁ କରି ପୋଲିସ କୁ ଜିମା ଦେଲେ ଚିଲିକା ପ୍ରଖଣ୍ଡ ବଜରଙ୍ଗ ଦଳ କର୍ମୀ ! ଦିନକୁ ଦିନ ଗୋ ଚାଲାଣକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ବିଭିନ୍ନ ତରିକା ମାଧ୍ୟମରେ ଗୋ ଚାଲାଣ କରୁଥିବାର ବାରମ୍ବାର ଦେଖିବାକୁ ମିଳୁଛି । ଗୋ ଚାଲାଣ କରୁଥିବା କଂସେଇ ମାନେ ଗୋ ମାତାଙ୍କୁ ହତ୍ୟା କରି ଚାଲାଣ କରୁଛନ୍ତି ତ ଆଉ କିଏ ଗୋ ମାତାଙ୍କୁ ହତ୍ୟା କରି ଟିକ ଟିକ କରି ତାଙ୍କ ମାଂସ ବରଫ ରେ ରଖି ବ୍ୟବସାୟ କରିବା ପାଇଁ ଚାଲାଣ କରୁଥିବାର ଦେଖିବାକୁ ମିଳୁଛି । ଏହି ଭଳି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲୁଗାଁ ଥାନା ଅଞ୍ଚଳରେ । ଗୋ ମାଂସ ବିକ୍ରି କରି ଘରକୁ ଫେରୁଥିବା ସମୟରେ କଂସେଇ କୁ କାବୁ କଲେ ଚିଲିକା ପ୍ରଖଣ୍ଡ ବଜରଙ୍ଗ ଦଳ ! ପ୍ରତି ଶୁକ୍ରବାର ଦିନ ଖୋର୍ଦ୍ଧା ଓ ଜଟଣୀ ରୁ ବାଲୁଗାଁ ଆସୁଥିଲା କଟା ଗୋ ମାଂସ, ଆଉ ବିକ୍ରି ହେଉଥିଲା ବାଲୁଗାଁ ବାଣପୁର ରେ ଥିବା ଚିକେନ ଓ ମଟନ ସେଣ୍ଟର ସମେତ କିଛି ଗ୍ରାମରେ, ହେଲେ ଲୋକ ମଟନ ଭାବି କିଣି ନେଉଥିଲେ ନିଜ ଘରକୁ l କିନ୍ତୁ ଏଭଳି ଏକ ନୈରାଶ୍ୟ ଜନକ ଖବର ପାଇ ବଜରଙ୍ଗ ଦଳ ଦୀର୍ଘ ଚାରି ମାସ ହେବ ନଜର ରଖିଥିଲେ ବି ବିଫଳ ହୋଇଥଲେ l କାରଣ ଏହି କଂସେଇ ବେପାରୀ ମାନେ ଅତି ଚତୁରତା ର ସହିତ ଆସି ବେପାର କରି ଖସି ପଳେଇ ଯାଉଥିଲେ l ହେଲେ ଆଜି ବେପାର ସାରି ଜଟଣୀ ଫେରୁ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଚିଲିକା ପ୍ରଖଣ୍ଡ ବଜରଙ୍ଗ ଦଳ କର୍ମୀ ମାନେ ବାଲୁଗାଁ ନିକଟସ୍ଥ ଧୂଆଁଳ ଛକ ଏନଏଚ ଫାଇଭ ରୋଡ଼ ଠାରେ ଏକ ମଟର ସାଇକେଲ ଗାଡିକୁ ଅଟକାଇଥିଲେ ଏବଂ ତାହା ପାଖରେ ଥିବା ଏକ ବଡ଼ ବ୍ୟାଗ ଦେଖିବାକୁ ପାଇ ଥିଲେ l ବ୍ୟାଗ ଖୋଲି ଦେଖିଲା ବେଳକୁ ପ୍ରାୟ ତିନି କେଜି ହେବ ବଳି ଯାଇ ଥିବା ଗୋମାଂସ ବ୍ୟାଗ ଭିତରୁ ବାହାରିଥିଲା ! ଯାହା ଅନୁମାନ କରାଯାଉଛି ୪୦ ରୁ ୫୦କେଜି ଗୋ ମାଂସ କଂସେଇ ଆଣି ବେପାର କରି ଫେରୁଥିଲା l ଏବଂ ପଚରା ଉଚରା କରିବା ବେଳେ ପ୍ରଥମେ ଭୁଲ ପରିଚୟ ଦେଇଥିଲା ଓ ମିଛ କଥା କହିଥିଲା l ଏହା ଛେଳି ମାଂସ ବୋଲି କିନ୍ତୁ ପରେ ବଜରଙ୍ଗ ଦଳ ବାଲୁଗାଁ ଥାନା ପୋଲିସ ଜିମା ଦେବା ପରେ ସବୁ ସତକଥା କହିଥିଲା ଏବଂ ମାନିଥିଲା l ପରେ ଜଣା ପଡି ଥିଲା ଯେ, ଏହି ଗୋମାଂସ ବେପାରୀ କଂସେଇ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜୁରୀ ଗ୍ରାମର ମହୋଧୀନ ଙ୍କ ପୁଅ ମହମୋଦ ରାଜୁ ! ପୋଲିସ ଗୋ ମାଂସ ସହିତ ରକ୍ତ ଜୁଡୁ ବୁଡୁ ବ୍ୟାଗ, ମଟର ସାଇକେଲ ଜବତ କରିବା ସହିତ ରାଜୁଙ୍କୁ ଅଟକ ରଖି ଅଧିକ ତଥ୍ୟ ସଂଗ୍ରହ କରବାପାଇଁ ତଦନ୍ତ ଜାରି ରଖିଛନ୍ତି ।
ବାଲୁଗାଁ ବାଣପୁର ଅଞ୍ଚଳରେ ଗୋରୁ ମାଂସ ବେପାର କରୁଥିବା କଂସେଇ କୁ କାବୁ କରି ପୋଲିସ କୁ ଜୀମା ଦେଲେ ଚିଲିକା ପ୍ରଖଣ୍ଡ ବଜରଙ୍ଗ ଦଳ କର୍ମୀ !!!

