ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟିଯୁଦ୍ଧ !!!

0
197

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡିଶା ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଛାତ୍ରମାନେ ସଫଳତା ହାସଲ କରିଛନ୍ତି। କୁସ୍ତି ପ୍ରତିଯୋଗିତାରେ ଦୁଇଜଣ ଖେଳାଳି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି, ଯଥାକ୍ରମେ ଗଣେଶ ଶବର (୧୪ ବର୍ଷରୁ କମ) ୪୮ କିଲୋଗ୍ରାମ ବର୍ଗରେ ଓ ଅମର ସାହୁ (୧୭ ବର୍ଷରୁ କମ) ୮୦ କିଲୋଗ୍ରାମ ବର୍ଗରେ ହାସଲ କରିଥିବା ଜଣାପଡିଛି। ଅନ୍ୟ ପାଞ୍ଚଜଣ ଖେଳାଳି ରୌପ୍ୟ ପଦକ ହାସଲ କରିଛନ୍ତି। ସମସ୍ତ ଖେଳାଳି ବଂଶଧାରା ଉଚ୍ଛବିଦ୍ୟାଳୟ, ଖାଣ୍ଡବା ର ଛାତ୍ର ଅଟନ୍ତି। ପୁରୀ ଜିଲ୍ଲାର ଜିଲ୍ଲା ଉଚ୍ଛବିଦ୍ୟାଳୟ ରେ ଏହି ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ତା: ୧୬/୦୯/୨୦୨୩ ଠାରୁ ୧୮/୦୯/୨୦୨୩ ପର୍ଯ୍ୟନ୍ତ ଚାଲୁ ରହିଛି। ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଜଗନ ବେଣିଆ (୧୪ ବର୍ଷରୁ କମ) ୪୮ କିଲୋଗ୍ରାମ ବର୍ଗରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି, ସେ ମହାରାଜାଙ୍କ ବାଳକ ଉଛ ବିଦ୍ୟାଳୟ ର ଛାତ୍ର ଅଟନ୍ତି। ସିବ ଆଙ୍କୁଲ (୧୭ ବର୍ଷରୁ କମ) ୮୦ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ହାସଲ କରିଥିବା ଜଣାପଡିଛି। ସମସ୍ତ ଖେଳାଳିଙ୍କ ଏହି ସଫଳତାକୁ ନେଈ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ଏବଂ ଭାରପ୍ରାପ୍ତ କ୍ରିଡାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଶୁଭେଛ। ଜଣାଈଛନ୍ତି। ଏହି ଟୀମ ର ନେତୃତ୍ବ ଥିଲେ ସରକାରୀ ଉଚ୍ଛବିଦ୍ୟାଳୟର କ୍ରିଡାଶିକ୍ଷକ ଶ୍ରୀ ଡିଲେଶ୍ଵର ତୃଣ ଓ ପ୍ରଶିକ୍ଷକ ଥିଲେ କ୍ରିଡାଶିକ୍ଷକ ଶ୍ରୀ ଲାବନ ଭୂୟାଁ, ବଂଶଧାରା ଉଚ୍ଛବିଦ୍ୟାଳୟ, ଖାଣ୍ଡବା। ସମସ୍ତ ଖେଳାଳି ମାନେ ଜିଲ୍ଲାକୁ ଗୌରାବନିତ୍ଵ କରିଥିବାରୁ ସେମାନଙ୍କର ମାତା ଓ ପିତା ମାନଙ୍କୁ ଧନ୍ୟବାଦ ଜଣାଈବା ସହ ସମସ୍ତ କ୍ରିଡା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ ଜଣ।ଈଛନ୍ତି।

LEAVE A REPLY

Please enter your comment!
Please enter your name here