ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଜାତୀୟ ରାଜପଥ ଉପରେ ହାଇଡ୍ରୋକ୍ଲୋରିକ ଏସିଡ ଟ୍ୟାଙ୍କର ଲିକ . ଖୋର୍ଦ୍ଧା-ବରହମପୁର ୧୬ନମ୍ବର ଜାତୀୟ ରାଜପଥର ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ଼ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମରୁ କୋଲକତା ଅଭିମୁଖେ ହାଇଡ୍ରୋକ୍ଲୋରିକ ଏସିଡ ନେଇ ଯାଉଥିବା ଏକ ଟ୍ୟାଙ୍କର ର ଭଲଭ ପିନ କଟିଯିବାରୁ ଗ୍ୟାସ ଲିକ ହୋଇ ବାହାରକୁ ବାହାରି ଆସିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳ ଧୂଆଁରେ ପୂର୍ଣ୍ଣ ହୋଇ ରାଜପଥକୁ ଅବରୋଧ କରିଥିଲା । ଯାହା ଦ୍ୱାରା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଖୋର୍ଦ୍ଧା ଓ ଟାଙ୍ଗୀ ଦମକଳ ବାହିନୀ ପହଞ୍ଚି ପାଣି ସିଞ୍ଚନ କରି ଗ୍ୟାସକୁ ଆୟତ୍ତ କରିଥିଲେ । ଏଥିରେ କୌଣସି ଧନଜୀବନ ନଷ୍ଟ ହୋଇ ନଥିବାର ଜଣା ପଡ଼ିଛି ।