ଜାଫରପୁର ମହିମା ଆଶ୍ରମରେ ନୂଆଖାଇ ପାଳନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ପଶ୍ଚିମ ଓଡ଼ିଶାରେ ନୂଆଖାଇ ଗଣପର୍ବ ପାଲଟିଥିବା ବେଳେ, ପୂର୍ବ ଓଡ଼ିଶାର ଯାଜପୁର ଜିଲ୍ଲାର ଜାଫରପୁର ମହିମା ଆଶ୍ରମରେ ଆଜକୁ ଦୀର୍ଘ ୨୦ ବର୍ଷ ଧରି ନୂଆଖାଇ ପର୍ବ ପାଳିତ ହୋଇ ଆସୁଅଛି। ମହିମା ଧର୍ମ ପ୍ରଚାରକ ସନ୍ଥ ବ୍ରହ୍ମ ଅବଧୂତ କାହ୍ନୁ ଚରଣ ବାବାଙ୍କ ଶିଷ୍ୟ ସାଧୁ ନିଲୁ ବାବାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ନୂଆଖାଇ ଭେଟ୍ ଭାଟ୍ ଓ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମରେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ଜଗତସିଂହ ପୁର ଆଦି ଜିଲ୍ଲା ମାନଙ୍କରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଛି । ଏହି ଅବସରରେ ପ୍ରାତଃ କାଳୀନ ଅଖଣ୍ଡ ଧୂନି ସ୍ଥାପନ ସହ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଅଞ୍ଚଳରୁ ଆସିଥିବା ନବାନ୍ନ ଓ ନୂଆ ଚୂଡା ମହିମାଗୋସାଇଁଙ୍କ ଭୋଗ ଲାଗି ପରେ ସାଧୁ ସନ୍ଥ ତଥା ଭକ୍ତ ଭକ୍ତା ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ କରାଯାଇ ଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *