ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜଧାନୀ ଉତ୍ତର ନିର୍ବାଚନ ମଣ୍ଡଳୀ ର ସାମାଜିକ କର୍ମୀ ତଥା ବିଜେଡି ନେତା ମିହିର ରାଉତ ଙ୍କୁ ମିଳିଲା ନୂଆ ଦାୟିତ୍ୱ ! ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଶ୍ରମିକ ସାମ୍ମୁଖ୍ୟରେ ସହବନ୍ଧିତ ” ଓଡିଶା ସଡକ ଓ ପରିବହନ କର୍ମଚାରୀ ମହାସଂଘ “ର ମୁଖ୍ୟ ସଂଯୋଜକ ଭାବେ ମିହିର ରାଉତ ଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ! ନୂତନ ଦାୟିତ୍ୱ ମିଳିବା ପରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ଉପଦେଷ୍ଟା ପ୍ରଣବ ପ୍ରକାଶ ଦାସ, ମହାସଚିବ ସୁବାସ ସିଂ , ମାନ୍ୟବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏବଂ ମେୟର ସୁଲଚନା ଦାସ ଙ୍କୁ ଧନ୍ୟବାଦ ଜଣାଇ କୃତଜ୍ଞତା ଜ୍ଞାପନ କରିଛନ୍ତି ମିହିର ରାଉତ ! ସୂଚନାଯୋଗ୍ୟ ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନଂ ୧ ର କର୍ପୋରେଟର ଭାବରେ ଦାୟିତ୍ୱ ତୁଲାଉଛନ୍ତି ମିହିର ରାଉତ !
ସାମାଜିକ କର୍ମୀ ତଥା ବିଜେଡି ନେତା ମିହିର ରାଉତ ଙ୍କୁ ମିଳିଲା ନୂଆ ଦାୟିତ୍ୱ !!!

