ବିଶ୍ଵ ଶାନ୍ତି ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ବିଶ୍ଵଶାନ୍ତି ଦିବସ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ଆବାହକତ୍ୱରେ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ପର୍ଯ୍ୟବେକ୍ଷକ ସୁରେନ୍ଦ୍ର କୁମାର ପାତ୍ର ଙ୍କ ତତ୍ଵାବଧାନରେ ଏକ ରାଲି ଆୟୋଜିତ ହୋଇ ସହର ପରିକ୍ରମା କରିଥିଲେ । ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୁରର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଶୁଭାରମ୍ଭ କରିଥିବା ବେଳେ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡିର ବରିଷ୍ଠ ଶିକ୍ଷକ ୱାଇ ଧର୍ମ ରାଓ, ପରମେଶ୍ବର ନାୟକ, କେ ବାସୁଦେବ ରାଓ , କେ ଭି ରେଡ୍ଡୀ, ସୁଦୀପ୍ତ କୁମାର ବାରିକ ଉପସ୍ଥିତ ଥିଲେ । ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ଧୀରେନ୍ଦ୍ର କୁମାର ସାମଲ, ରେଖାରାଣୀ ଦେଓ, ତପସ୍ଵିନୀ ପଣ୍ଡା, ଦର୍ଶିତା ପଟ୍ଟନାୟକ, ଦିଲେଶ୍ୱର୍ ତୃଣ, ଶିବରାମ ଭୂୟାଁ, ଲିଙ୍ଗରାଜ ସାହୁ ପ୍ରମୁଖ ରାଲି ପରିଚାଳନା କରିଥିଲେ । ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ, ମହାରାଜ ଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ, ମହେନ୍ଦ୍ର ଗିରି ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୂର୍ , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୫୦ ଜଣ ସ୍କାଉଟ ଓ ଗାଇଡ ଛାତ୍ର / ଛାତ୍ରୀ ରାଲି ରେ ଉପସ୍ଥିତ ଥିଲେ ପୋଲିସ ବିଭାଗ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରା ଯାଇଥିଲା !

Leave a Reply

Your email address will not be published. Required fields are marked *