୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧି ପାଟଣା ଛକ ନିକଟରେ ଭାରସାମ୍ୟ ହରାଇ ତଳକୁ ଖସିଲା ଭ୍ୟାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧି ପାଟଣା ଛକ ନିକଟରେ ଘଟି ଯାଇଛି ସଡ଼କ ଦୁର୍ଘଟଣା । ସୂଚନା ମୁତାବକ ଭୁବନେଶ୍ଵର ରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଭ୍ୟାନ କୌଣସି କାରଣରୁ ସୁବୁଦ୍ଧି ପାଟଣା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଡିଭାଇଡର ତଳକୁ ଖସି ଯାଇଥିଲା ! ଦୁର୍ଘଟଣାରେ ଗାଡ଼ି ଟି ଭାଙ୍ଗି ଯାଇଥିବା ଜଣା ପଡ଼ିଛି । କାରରେ ଦୁଇଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣା ର ଶିକାର ହୋଇ ସାମାନ୍ୟ ଆହତ ହୋଇ ପଡିଛନ୍ତି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଦ୍ଵାରା ଦୁଇଜଣ ଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ସୂଚନା ମିଳିଥିବା ବେଳେ ଏ ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳି ପାରିନାହିଁ ।

Leave a Reply

Your email address will not be published. Required fields are marked *