ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସବ ରେଜିଷ୍ଟର ଅଫିସ ରେ ଭଙ୍ଗାରୁଜା କରି ଅଫିସ କର୍ମଚାରୀ ଙ୍କୁ ଆକ୍ରମଣ କରିବା ଅଭିଯୋଗ ରେ ଆଜି ବାଣପୁର ପୋଲିସ ଜଣେ ଯୁବକ ଙ୍କୁ ଗିରଫ କରିଛି । ପୋଲିସ ସୂତ୍ର ରୁ ପ୍ରକାଶ ଯେ ଗତ ଗୁରୁବାର ଅପରାହ୍ନ ପ୍ରାୟ ଦୁଇଟା ତିରିଶ ମିନିଟ ସମୟରେ ଭୀମପୁର ନରହରିପୁର ସୁଆର ସାହି ର ଡାକ ପ୍ରଧାନ ବାଣପୁର ସବ ରେଜିଷ୍ଟ୍ରର ରମେଶ ଚନ୍ଦ୍ର ପାଣିଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ତାଙ୍କୁ ଏବଂ ତାଙ୍କ କର୍ମଚାରୀ ଓ କାର୍ଯ୍ୟାଳୟ କୁ ଆସିଥିବା ଜନସାଧାରଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବା ଧମକ ଦେଇଥିଲା ! ଏପରିକି କାର୍ଯ୍ୟାଳୟକୁ ପେଟ୍ରୋଲ ପକେଇ ଜାଳିଦେବେ ବୋଲି ଧମକ ମଧ୍ୟ ଦେଇଥିଲା ! ଯୁବକ ଜଣକ ଅଫିସ କର୍ମଚାରୀ ମାନଙ୍କୁ ମାଡ ମାରି ଆକ୍ରମଣ କରିବାରୁ କର୍ମଚାରୀ ମାନେ ବାଧ୍ୟ ହୋଇ ରମେଶ କୁ କାର୍ଯ୍ୟାଳୟରୁ ଜବରଦସ୍ତି ବାହାର କରି ଫାଟକ ଦେଇ ଦେଇଥିଲେ । ତେବେ ଅଫିସ୍ କାର୍ଯ୍ୟ ଶେଷ ପରେ କର୍ମଚାରୀ ମାନେ ଚାଲିଗଲା ପରେ ଅଭିଯୁକ୍ତ ସଂଧ୍ୟା ୮ଟା ୩୦ ମିନିଟ୍ରେ ଅଫିସ ନିକଟକୁ ଆସି ଅଫିସ୍ ଗେଟ ଗ୍ରିଲକୁ ବଡ ମାଙ୍କଡା ପଥରରେ ଭାଙ୍ଗି ଅଫିସ୍ ଗୃହରେ ପଶିବାକୁ ଉଦ୍ୟମ କରି କାଚ ବୋତଲ ମାନ ଅଫିସ ଗୃହ ମଧ୍ୟକୁ ଫିଙ୍ଗିଥିଲା । ଫଳରେ ଅଫିସ୍ର ପଶ୍ଚିମ ପାର୍ଶ୍ଵ କାଚ ଝରକା ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହେବା ସଙ୍ଗେ ସଙ୍ଗେ ସାମ୍ନାପଟ ଗ୍ରିଲ କ୍ଷତିଗ୍ରସ୍ତ ହୋଇଯାଇଛି । ଏ ସବୁ ଘଟଣାର ଗତକାଲି ସିସି ଟିଭି ଫୁଟେଜ ଯାଞ୍ଚ କରିବା ପରେ ସବ ରେଜିଷ୍ଟର ଶ୍ରୀ ପାଣି ବାଣପୁର ଥାନାରେ ଏତଲା ଦେଇଥିଲେ । ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା ଘଟଣା ର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।
ବାଣପୁର ସବ ରେଜିଷ୍ଟର ଅଫିସ ରେ ଭଙ୍ଗାରୁଜା କରି କର୍ମଚାରୀ ଙ୍କୁ ଆକ୍ରମଣ ପଡ଼ିଲା ମହଙ୍ଗା : ଗିରଫ ହେଲେ ଯୁବକ !!!

