ଚିଲିକା ର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଗାଡ଼ି କୁ ଅଣ୍ଡା ମାଡ଼ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ ବିଗତ ପାଞ୍ଚ ବର୍ଷ ଧରି ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଆଜି ସକାଳ ସମୟରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବାଣପୁର ବିଶରପାଟଣା ଛକ ଠାରେ ଚା ଖଟିରେ ବସିଥିବା ସମୟରେ ବିରୋଧୀ ଗୋଷ୍ଠୀ ରଘୁନାଥ ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିଥିଲେ l ସୂଚନା ଅନୁସାରେ ଜଗନ୍ନାଥପୁରର ସନ୍ଧ୍ୟା ସାଥୀ କ୍ଲବ ତରଫରୁ ସେଠାରେ ଗଣେଶ ପୂଜା ଚାଲିଥିଲା । ସେଠାରେ କ୍ଲବ ର କିଛି ଯୁବକ ପହଞ୍ଚି ଅଣ୍ଡା ମାଡ଼ କରୁଥିବା ଗୋଷ୍ଠୀ ଙ୍କୁ ପଶ୍ନ କରିଥିଲେ କାହିଁକି ରଘୁନାଥ ସାହୁଙ୍କ ଗାଡ଼ି କୁ ଅଣ୍ଡା ମାଡ଼ କରୁଛନ୍ତି ! ପୂଜା ମଣ୍ଡପରେ ଆସିକି ଅଣ୍ଡା ଛିଟିକି ହୋଇ ପଢୁଛି । ଯାହା ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଆକ୍ରମଣ ଶିକାର ହୋଇଥିଲେ ଜଗନ୍ନାଥପୁର ସାହିର କିଛି ଯୁବକ । ଏନେଇ ଜଗନ୍ନାଥପୁର ସାହିର କିଛି ଯୁବକ ବାଣପୁର ଥାନାରେ ଅଭିଯୋଗ କରୁଥିବା ବେଳେ ରଘୁନାଥ ସାହୁଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ । କିଛିଦିନ ତଳେ ବିଜେଡି ଦଳର ସୁପ୍ରିମୋ ଚିଲିକା ନିର୍ବାଚନ ମଣ୍ଡଳୀରେ ଦଳ ତରଫରୁ ଦଳର କୌଣସି ନେତା ସଭା ସମିତି କିମ୍ବା ଖଟି କରିବାକୁ ନିର୍ଦ୍ଦେଶ ଦେଇନଥିବା ବେଳେ ଅଳ୍ପ କିଛିଦିନ ହେବ ବିଜେଡି ର ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଚିଲିକା ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ଚା ଖଟିରେ ଲୋକଙ୍କ ପାଖରେ ପହଞ୍ଚି ସମସ୍ତଙ୍କ ସହିତ ମିଶି ବିଜେଡି ସଂଗଠନକୁ ସୁଦୃଢ କରିବାକୁ ଲାଗିଥିବା ବେଳେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି । ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ସହିତ ଅଣ୍ଡା ମାଡ଼ ହୋଇଥିବାର ଜଣାଯାଇଛି । ତେବେ ଘଟଣା ସ୍ଥଳରେ ସପକ୍ଷ ଓ ବିପକ୍ଷ ଦୁଇଗୋଷ୍ଠୀ ମଧ୍ୟରେ ଧସ୍ତା ଧସ୍ତି ହେବାସହ ଉତେଜନା ପରିସ୍ଥିତି ଲାଗି ରହିଥିଲା । ଏହାକୁ ନେଇ ବାଣପୁର ଥାନାରେ ମାମଲା ରୁଜୁ ହୋଇଥିବା ଜଣା ପଡିଛି l ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଚିଲିକା ନିର୍ବାଚନ ମଣ୍ଡଳୀରେ ଏବେ ଠାରୁ ଆରମ୍ଭ ହେଲାଣି ମହାଭାରତ । କାହିଁକି ସୃଷ୍ଟି ହେଉଛି ଏଭଳି ଅସ୍ଥିରତା ? କେବେ ଶାନ୍ତ ହେବ ଚିଲିକା ! କହିବା ବଡ଼ ମୁସ୍କିଲ । ଗତ ପଞ୍ଚାୟତ ନିର୍ବାଚନ ବେଳେ ରଘୁନାଥ ସାହୁଙ୍କୁ ଦଳ ବିରୋଧି ପ୍ରଚାର ଅଭିଯୋଗ ନେଇ ବିରୋଧ କରିଥିଲେ ଓ ଉତେଜନା ମଧ୍ୟ ସେତେବେଳେ ହୋଇଥିଲା ! କିନ୍ତୁ ପରବର୍ତ୍ତୀ ସମୟରେ ରଘୁନାଥ ସାହୁଙ୍କ ପ୍ରଚାରରେ ବାଲୁଗାଁ ଓ ବାଣପୁର ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ଜିତିଥିଲା । କିନ୍ତୁ ଆଜି ପୁଣି ଅଣ୍ଡା ମାଡ଼ ହେଲା ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ, ବର୍ତମାନ ର ପରିସ୍ଥିତିରେ ଏଠାରେ ରାଜନୀତିରେ ଅସହିଷ୍ଣୁତାର ବଶବର୍ତ୍ତୀ ହୋଇ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି ତାହା ଭବିଷ୍ୟତକୁ ସତର୍କ କରାଇଦେଉଛି ।

Leave a Reply

Your email address will not be published. Required fields are marked *