ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଅସହାୟ ବିଧବା ମହିଳାଙ୍କ ଆବାସ ଯୋଜନା ବିଲ ବନ୍ଦ କଲେ ସ୍ଥାନୀୟ ନେତା ! ବାଙ୍କୀ ବ୍ଲକ ଜଗନ୍ନାଥପୁର ପଞ୍ଚାୟତରେ ସାମନାକୁ ଆସିଛି ଏପରି ଘଟଣା ! ଜଣେ ଅସହାୟ ବିଧବା ମହିଳା ଙ୍କୁ ଏପରି ହଇରାଣ କରିଛନ୍ତି ସ୍ଥାନୀୟ ବିଜେଡି ନେତା ! ଘର କରିଦେବା ନାଁରେ ଆଗରୁ ଦଶ ହଜାର ଟଙ୍କା ନେଇଥିଲେ , ବିଲ ନହେବାରୁ ଟଙ୍କା କୁ ଫେରାଇ ଦେଇଥିଲେ ! ପରବର୍ତୀ ସମୟରେ ରନିଙ୍ଗ ବିଲ ହେଲା ବେଳେ ଅସହାୟ ମହିଳା ଟଙ୍କା ଦେଇ ନପାରିବାରୁ , ତାଙ୍କ ନାମରେ ଅଭିଯୋଗ ହୋଇଛି ବୋଲି କହିଥିଲେ ସମ୍ପୃକ୍ତ ନେତା ! ପରେ ଭିଏଲଡବ୍ଲୁ ଆସି ଘର ଦେଖି କହିଥିଲେ , ତୁମ ନାମରେ ଅଭିଯୋଗ ଆସିଛି ତୁମେ ପୁରୁଣା କାନ୍ଥରେ ଘର କରି ଆମକୁ ଠକିଛ ! ପରେ ଭି ଏଲ ଡବ୍ଲୁ କହିଥିଲେ ତୁମ ଗ୍ରାମର ଟୁକୁନା ଏବଂ ଭିକାରି କିଏ ଅଭିଯୋଗ ଆଣିଛନ୍ତି ! ଅସହାୟ ମହିଳା ଜଣଙ୍କ ବାହାରୁ କରଜ କରି ଛାତ ପକାଇ ସୁଧ ଗଣୁଛନ୍ତି ! ଏଠି ପ୍ରଶ୍ନ ଉଠୁଛି ସରକାର ଦେଉଥିବା ଗରିବ ଅସହାୟ ଲୋକଙ୍କ ପାଇଁ ସବୁ ସୁବିଧା କଣ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ପାଇଁ !


