ନଡ଼ିଆଭଙ୍ଗା ଅଞ୍ଚଳର ଯୁବତୀଙ୍କ ସହିତ ଅନୈତିକ ସମ୍ପର୍କ ଅଭିଯୋଗରେ ଯୁବକ ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦାନଗଦି ବ୍ଲକ ଅନ୍ତର୍ଗତ ନଡ଼ିଆଭଙ୍ଗା ଅଞ୍ଚଳର ଜଣେ 20 ବର୍ଷୀୟ ଯୁବତୀଙ୍କ ସହିତ ଅନୈତିକ ସମ୍ପର୍କ ଅଭିଯୋଗରେ କଳିଙ୍ଗନଗର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ସୋସିଆଲ ମିଡ଼ିଆ ଇନଷ୍ଟା ଜରିଆରେ ଭୁବନେଶ୍ଵର ଅଞ୍ଚଳର ଗୟାଧର ମହାପାତ୍ରଙ୍କ ପୁଅ ସୁଶାନ୍ତ ମହାପାତ୍ର ନଡ଼ିଆଭଙ୍ଗା ଅଞ୍ଚଳର ଜଣେ ଯୁବତୀଙ୍କୁ ଅନଲାଇନ୍ ରେ ଫସାଇ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ କରିବା ପାଇଁ ମନା କରି ଦେଇଥିଲା । ଏନେଇ ଯୁବତୀ ଜଣକ କଳିଙ୍ଗନଗର ଥାନା ଦ୍ବାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ । କଳିଙ୍ଗନଗର ପୋଲିସ୍ ଲିଖିତ ଅଭିଯୋଗକୁ ଭିତ୍ତି କରି କେଶ ନଂ 174/23 ରେ ଏକ ମାମଲା ରୁଜ୍ଜୁ କରି ଯୁବକ ସୁଶାନ୍ତକୁ ଗିରଫ କରି ଦଫା 366/344/376/2/N ST/SC ଆକ୍ଟ ରେ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *