ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ପଞ୍ଚାୟତ ସ୍ତରରେ ବିଜେଡି ନେତ୍ରୀ ବାସନ୍ତୀଙ୍କ ବୈଠକ ! କର୍ମୀଙ୍କୁ କହିଲେ – ସମନ୍ୱୟ ରଖି ଏକାଠି ହୁଅ, ଦଳର ପ୍ରଚାର କର ! ବିଭିନ୍ନ ସ୍ଥାନରେ ବିଶାଳ ବାଇକ ଶୋଭାଯାତ୍ରା, କର୍ମୀଙ୍କ ଭିତରେ ଉତ୍ସାହ ! ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତି ଓ କର୍ମୀ ସମ୍ମିଳନୀ ଆରମ୍ଭ ହୋଇ ଭୋଟର ମାନଙ୍କୁ ଆକୃଷ୍ଟ କରିବା ଲାଗି ନେତା ଓ କର୍ମୀ ବୈଠକ ମଧ୍ୟ ଚାଲିଛି । ତୃଣମୂଳସ୍ତରରେ ଦଳକୁ ମଜବୁତ ପାଇଁ ଦଳୀୟ ନେତୃବୃନ୍ଦ ଅଣ୍ଟା ଭିଡି ରାଜନୀତିକୁ ସର ଗରମ ସହରାଂଚଳ ଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ହେବାରେ ଲାଗିଛି । ସବୁଠାରେ ଶାସକ ଦଳ ରହିଛି ଆଗରେ ଥିବାରୁ ନିକଟରେ ଶଙ୍ଖ ଭବନରେ ଦଳର ଯୁବ, ଛାତ୍ର ଓ ମହିଳାଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା ।ପଂଚାୟତସ୍ତରରେ କର୍ମୀ ସମାବେଶ ଆୟୋଜନ ଲାଗି ନିର୍ଦେଶ ଥିବା କୁହାଯାଇଛି । ଏହି କ୍ରମରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପଂଚାୟତସ୍ତରରେ ବିଭିନ୍ନ ସ୍ଥାନରେ ଚାଲିଛି ବୈଠକରେ ଅକ୍ଟୋବର ୨ରୁ ପଦଯାତ୍ରା ଆରମ୍ଭ କରାଯିବ । ତେବେ ବିଜୁ ମହିଳା ଜନତା ଦଳ ରାଜ୍ୟ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଖୋର୍ଦ୍ଧା ଓ ଟାଙ୍ଗି ବ୍ଳକର ବିଭିନ୍ନ ଅଂଚଳ ପରିଦର୍ଶନ କରି କର୍ମୀଙ୍କୁ ଏକାଠି କରି ବୈଠକ କରୁଥିବା ଦେଖାଯାଇଛି । ବୈଠକ ପୂର୍ବରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ କର୍ମୀ ତାଙ୍କୁ ସ୍ୱାଗତ କରିଥିବା ଦେଖାଯାଇଛି । ଖୋର୍ଦ୍ଧାବ୍ଲକ ର କାଇପଦର, ବଙ୍ଗିଦା, ବ୍ରଜମୋହନପୁର, ଧଉଳିମୁହଁ, ନରଣଗଡ, ଗୋଡିପଡା, ବ୍ରଜମୋହନପୁର, ଜଙ୍କିଆ, ଗୋଳବାଇ, ବାଜପୁର, କୁରାଢମଲ୍ଲ, ଏବଂ ଟାଙ୍ଗି ବ୍ଲକ ର ଲେଣ୍ଡୋ, ନିରାକାରପୁର, ରାମେଶ୍ୱର, ଛଣଗିରି, ଡିଆ, ସରପାରୀ, ଅଚୁ୍ୟତପୁର, ଟାଙ୍କୋଳ, ସାନରାଉତପଡା, ନୂଆଗଡ, ପାରିଓରଡ, ବଡପାରୀ, କୁଞ୍ଜୁରୀ, କୁହୁଡି, ରତନପୁର ପ୍ରଭୃତି ପଂଚାୟତରେ ବିଭିନ୍ନ ବୈଠକ ଓ ପୂଜାମଣ୍ଡପ ବୁଲିବା ସହ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ନବୀନ ଭାରତର ଦ୍ୱିତୀୟ ସବାଧିକ ମୁଖ୍ୟମନ୍ତ୍ରୀ ପଦରେ ବସିଥିବା ବ୍ୟକ୍ତି । ପୁଣି ଥରେ ଓଡ଼ିଶାରେ ନବନୀ ସରକାର ପାଇଁ ତୃଣମୂଳ ସ୍ତରରେ କର୍ମୀଙ୍କୁ ଏକାଠି କାମ କରିବାକୁ କର୍ଣ୍ଣମନ୍ତ୍ର ଦେଇଥିଲେ । ସୋସିଆଲ ମିଡିଆରେ ସଜାଗ ରହିବା ସହ ବିରୋଧିଙ୍କୁ କଡା ସମାଲୋଚନା ଲାଗି କହିଥିଲେ ।ଦଳର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକି, ଶ୍ରୀମତୀ ମହାପାତ୍ର ୧୯୯୧-୯୫ ପର୍ଯ୍ୟନ୍ତ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ରହିଥିଲେ । ଏହାପରେ ୨୦୦୧-୨୦୦୬ ପର୍ଯ୍ୟନ୍ତ ରାଜ୍ୟ ପରିଷଦ ସଭ୍ୟ, ୨୦୦୩-୦୯ଖୋର୍ଦ୍ଧା ଜିଲ୍ଲାପରିଷଦ ଉପସଭାପତି, ୨୦୦୯-୧୨ ଖୋର୍ଦ୍ଧା ଜିଲ୍ଲାପରିଷଦ ସଭାପତି, ୨୦୧୩-୧୪ ବାଲେଶ୍ୱର ଉପନିର୍ବାଚନ ପର୍ଯ୍ୟବେକ୍ଷକ, ୨୦୧୫-୨୧ ବିଜୁ ମହିଳା ଜନତା ଦଳ ଖୋର୍ଦ୍ଧାଜିଲ୍ଲା ସଭାପତି, ୨୦୧୭-୧୮ ନୟାଗଡ ଜିଲ୍ଲା ପର୍ଯ୍ୟବେକ୍ଷକ, ୨୦୧୯-୨୦ ଖୋର୍ଦ୍ଧାଜିଲ୍ଲା ସଂଯୋଜକ, ୨୦୨୦-୨୧ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ, ୨୦୨୧ରେ ବାଲେଶ୍ୱର ଉପନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ୨୦୨୧ରୁ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି ।
ପଞ୍ଚାୟତ ସ୍ତରରେ ବିଜେଡି ନେତ୍ରୀ ବାସନ୍ତୀଙ୍କ ବୈଠକ !!!

