ପଶ୍ଚିମ ଓଡିଶା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ର ଚତୁର୍ଥ ବନ୍ଧୁମିଳନ କାର୍ଯ୍ୟକ୍ରମ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ସହର ବିଜୁ ପଟନାୟକ ଟାଉନ ହଲ ଠାରେ ପଶ୍ଚିମ ଓଡିଶା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ର ଚତୁର୍ଥ ତମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ସାମ୍ପ୍ରତିକ ସ୍ଥିତି ରେ ମିଡ଼ିଆ ର କଣ ଭୂମିକା ରହିଛି ସେହି ବିଷୟ ରେ ଆଲୋଚନା ହୋଇଥିଲା ! ମୁଖ୍ୟ ଅତିଥି ରୂପେ ପଦ୍ମଶ୍ରୀ ଭାଗବତ ପ୍ରଧାନ ଓ ସମ୍ମାନିତ ଅତିଥି ରୂପେ ବରଗଡ ର ପୂର୍ବତନ ସାଂସଦ ପ୍ରଭାସ ସିଂ ଓ ଜିଲ୍ଲା ପରିଷଦ ବରଗଡ ଅଧ୍ୟକ୍ଷା ମାନିନୀ ଭୋଇ ଓ ବିକାଶ ଗ୍ରୁପ ର ଅଧ୍ୟକ୍ଷ ଡି ମୁରଲୀ କ୍ରିଷ୍ଣl ଯୋଗ ଦେଇଥିଲେ ! ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସମାଜ ସେବାରେ ନିୟୋଜିତ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଗଲା ! ସଙ୍ଘ ର ସଭାପତି ଅସିତ ସ୍ୱାଇଁ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସଙ୍ଘ ର ସମ୍ପାଦକ ବଳରାମ ଦୀପ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *