ଆର କେ ଏସ ଏସ ସ୍ଵେଛାସେବୀ ଅନୁଷ୍ଠାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀ ନେତ୍ରୀମାନଙ୍କୁ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଏସ ମୁନିସିଙ୍ଗ ଗ୍ରାମ କୋଠାଗୃହ ଠାରେ ଆର. କେ. ଏସ. ଏସ. ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା, ଗଜପତି ସହାୟତାରେ 9 ଟି ସ୍ଵୟଂ ସହାୟକ ଗୋଷ୍ଠୀର 50 ରୁ ଉର୍ଦ୍ଧ ଦଳର ନେତ୍ରୀ ମାନଙ୍କୁ ସୁଦୃଢ କରିବା ପାଇଁ ଏକ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ଶିବିର ହୋଇଥିଲା । ଉକ୍ତ ଶିବିରରେ ମୁଖ୍ୟତ ମହିଳା ସଶକ୍ତିକରଣ, ଦଳ ପରିଚାଳନା, ଦଳର ଦଶାସୃତି କାର୍ଯ୍ୟକ୍ରମ, ଖାତାପତ୍ର ଲେଖିବା, ଋଣ ଆଦାନ ପ୍ରଦାନ, ସୁଧର ହିସାବ ଓ ସରକାରଙ୍କ ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରି ଦଳ ଦ୍ଵାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଯଥା – କୃଷି ଭିତିକ, ଉଦ୍ୟାନ ଭିତିକ ଓ ନାବାର୍ଡ ଏବଂ ଇଉନିୟନ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ – ଗଜପତି (ଆର. ସେ.ଟି) ରେ ବିଭିନ୍ନ ପ୍ରକାର ଯଥା : ମହିଳା ମାନଙ୍କୁ ଛତୁଚାଷ, କୁକୁଡା ପାଳନ, ମହମବତୀ ତିଆରି, ଧୂପକାଠି ତିଆରି, ଫିନାଇଲ ତିଆରି ଓ ସିଲାଇ ପ୍ରବୃତି ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ, ଆର୍ଥିକ ସ୍ଵାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା : ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ଜୀବନଜ୍ୟାତି ବୀମା, ଅଟଳ ପେନସନ, ଫସଲ ବୀମା, ନିର୍ମାଣ ଶ୍ରମିକ ପଞ୍ଜୀକରଣ, ଫ୍ରେଡ ମୋବାଇଲକୁ ଫୋନ କରି ଟଙ୍କା ପଇସା ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କାକୁ ଉଠାଇଦେବା, ATM କାର୍ଡ ବ୍ୟବହାର ଓ ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ସଂପର୍କରେ ବୁଝା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରତୀକ ପଣ୍ଡା ଡି ଡି ଏମ, ନାବାର୍ଡ, ଶ୍ରୀ ମହେଶ୍ଵର ମଣ୍ଡଳ ଏଲ ଡି ଏମ, ଶ୍ରୀମତୀ ଦଲିଲା ରଇତ, ଏମ ବି କେ, ଓଏଲମ, ଶ୍ରୀ ଜନାତ ଗମାଙ୍ଗ ବି ଏସ ଏ, ଶ୍ରୀ ଜିମସୋନ ଶବର, ସି ଏଫ ଏଲ, ଗୁମ୍ମା, ତାଲିମ ଦାତା ଶ୍ରୀ ନରେଶ କୁମାର ମହାପାତ୍ର ଉପସ୍ଥିତ ଥିଲେ । ଆର. କେ. ଏସ. ଏସ ଅନୁଷ୍ଠାନର ସଂପାଦକ ଲକ୍ଷ୍ମୀକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଆଜିର ତାଲିମ ଶିବିରର ଲକ୍ଷ ଓ ଉଦେଶ୍ୟ ବୁଝାଇ ସ୍ଵାଗତ ଭାଷଣ ଦେଇଥିବା ବେଳେ, ଶ୍ରୀ ଜନାତ ଗମାଙ୍ଗ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ ସି. ଆର. ପି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ଏବଂ ସର୍ବଶେଷରେ ଗ୍ରାମର ଟିସୁ କଦଳୀ ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *